ବ୍ରହ୍ମପୁର: ଜାତୀୟ ସ୍ୱାସ୍ଥ୍ୟ ମିଶନ(ଏନଏଚଏମ) ଗଞ୍ଜାମର ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ(ଆରବିଏସକେ)ର ସହକାରୀ ମ୍ୟାନେଜର ସନ୍ଦୀପ କୁମାର ତ୍ରିପାଠୀ ନିଜ କାର୍ଯ୍ୟାଳୟରେ ବସି ମଦ୍ୟପାନ କରୁଥିବାର ଫଟୋ ଭାଇରାଲ୍ ହୋଇଛି। ଏହି ଫଟୋ ଭାଇରାଲ ହେବା ପରେ ମଙ୍ଗଳବାର ଘଟଣାର ତଦନ୍ତ କରାଯାଇଛି।
ବ୍ରହ୍ମପୁର ସିଟି ହସ୍ପିଟାଲ୍ ପରିସରରେ ରହିଛି ଆରବିଏସକେ କାର୍ଯ୍ୟାଳୟ। ତେବେ ସହକାରୀ ମ୍ୟାନେଜର ସନ୍ଦୀପ ଏହି କାର୍ଯ୍ୟାଳୟରେ କାମ କରୁଥିବା ବେଳେ ଅନେକ ସମୟରେ ସହକର୍ମୀଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ଅଭିଯୋଗ ହୋଇଥିଲା। ସେ କାର୍ଯ୍ୟାଳୟ ଭିତରେ ମଦ୍ୟପାନ କରୁଥିବାର ଫଟୋ ଭାଇରାଲ ହୋଇଥିଲା। ଅନେକ ଡାକ୍ତର ମଧ୍ୟ ତାଙ୍କ ଦୁର୍ବ୍ୟବହାରର ଶିକାର ହୋଇଥିଲେ। କର୍ମଚାରୀଙ୍କୁ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରୁଥିବା ନେଇ ମଧ୍ୟ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ପାଖରେ ଏନେଇ ଅଭିଯୋଗ ପରେ ପ୍ରଶାସନିକ ସ୍ତରରେ ହଇଚଇ ସୃଷ୍ଟି ହୋଇଥିଲା। ସେ ଘଟଣାର ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ। ଏନେଇ ଜିଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଉମା ଶଙ୍କର ମିଶ୍ର କହିଛନ୍ତି ଯେ, ଅଭିଯୋଗ ଆସିଛି। ଘଟଣାକୁ ଜିଲାପାଳ ଗୁରୁତର ସହ ନେଇଛନ୍ତି। ତଦନ୍ତ ନିର୍ଦେଶ ଦେଇଥିଲେ। ମଙ୍ଗଳବାର ବିଧିବଦ୍ଧ ଭାବେ ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି। ଉଭୟ ଅଭିଯୁକ୍ତ ଏବଂ ଅଭିଯୋଗକାରୀଙ୍କ ବୟାନ ନିଆଯାଉଛି। ତଦନ୍ତ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ଏନେଇ ସନ୍ଦୀପ କହିଛନ୍ତି ଯେ, କେତେକ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି। ତେବେ ମଦ୍ୟପାନ ଫଟୋକୁ ଏଡିଟ୍ କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି। ତଦନ୍ତରେ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ, ତାକୁ ଗ୍ରହଣ କରିବି ବୋଲି କହିଛନ୍ତି।
BREAKING NEWS
- ଆହୁରି ୩ ଦିନ କଲବଲ କରିବ ଶୀତ…
- Men’s Hockey India League 2026: କଳିଙ୍ଗର କ୍ରମାଗତ ଚତୁର୍ଥ ବିଜୟ ;ପରବର୍ତ୍ତୀ ମ୍ୟାଚ ଭୁବନେଶ୍ବରରେ…
- ମିଚେଲଙ୍କ ଶତକ ଆଗରେ ଫିକା ପଡିଲା ରାହୁଲଙ୍କ ପ୍ରଦର୍ଶନ: ସିରିଜ ବରାବର କଲା ନ୍ୟୁଜିଲାଣ୍ଡ
- ଶାନ୍ତି ଓ ଅହିଂସାର ବାର୍ତ୍ତା ଦେଉଛି ଉଦୟଗିରିରେ ଆୟୋଜିତ ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ; ବୌଦ୍ଧ ଧର୍ମ ପୁସ୍ତକ ଉନ୍ମୋଚିତ
- ୧୩ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ; ଜଣେ ଅଭିଯୁକ୍ତ ଗିରଫ
- ମଜଭୁତ ହେଉଛି ଭାରତୀୟ ପାସପୋର୍ଟ; ଏବେ ୫୫ ଦେଶରେ ଭିସା ଫ୍ରି ଏଣ୍ଟ୍ରି…
- ୬୪ ଚାଲର ମହାରଥୀ ବିଶ୍ୱନାଥନ କିଟରେ ଉଦଘାଟନ କଲେ ଚେସ ମହାକୁମ୍ଭ
- ଓଡ଼ିଶାରେ ବକ୍ସାଇଟ୍ ସନ୍ଧାନ ଏବଂ ଅନୁସନ୍ଧାନ; ସାଟେଲାଇଟ୍ ଆଧାରିତ ପ୍ରଯୁକ୍ତିବିଦ୍ୟା ବିକାଶ ପାଇଁ ଆଇଆଇଟି ଭୁବନେଶ୍ୱର ପୁରସ୍କୃତ
- ହ୍ରିତିକ ଅଭିନୀତ କାବିଲ ଫିଲ୍ମର ସୀକ୍ୱେଲ ନେଇ ପ୍ରଶଂସକଙ୍କୁ ଦ୍ୱନ୍ଦ୍ୱରେ ପକାଇଲେ ନିର୍ଦ୍ଦେଶକ
- Byasakabi Fakir Mohan Odia Bhasha Samman: ଡ଼. ନୃସିଂହ ଚରଣ ଷଡ଼ଙ୍ଗୀଙ୍କୁ ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନ
Comments are closed.