Latest Odisha News

BREAKING NEWS

ଏସସିବି ପରିସରରେ ଏକ୍ସପାଏରୀ ଔଷଧ ବିକ୍ରି ଅଭିଯୋଗ

କଟକ: ନକଲି ଔଷଧ ବିକ୍ରି ନେଇ ଚର୍ଚ୍ଚାରେ ରହିଥିବା କଟକରୁ ଆସିଛି ଆଉ ଏକ ରୋଚକ ଖବର। ରାଜ୍ୟର ବଡ ମେଡିକାଲ କୁହାଯାଉଥିବା ଏସସିବି ହସ୍ପିଟାଲ ପରିସରରେ ଏକ୍ସାପାଏରୀ ଔଷଧ ବିକ୍ରି ହେଉଥିବା ଅଭିଯୋଗ ଆସିଛି। ଆଉ ଏହି ଏକ୍ସପାଏରୀ ଔଷଧ ରୋଗୀ ଖାଇଥିବା ସୂଚନା ରହିଛି। ଅର୍ଥାତ ରୋଗ ଭଲ ହେବାକୁ ଯାଇ ରୋଗୀ ଖାଉଥିବା ଔଷଧ କେତେ ଠିକ ଅଛି ତାହା ମଧ୍ୟ ଏବେ ପ୍ରଶ୍ନବାଚୀ।

ଏସସିବି ମେଡିକାଲ ପରିସରରେ ରହିଛି କଲ୍ୟାଣୀ ମେଡିସିନ୍ ଷ୍ଟୋର । ଏହିଠାରୁ ନୟାଗଡ଼ର ପବିତ୍ର ପଣ୍ଡା ଔଷଧ ନେଇଛନ୍ତି ବୋଲି କହିଛନ୍ତି। ତାଙ୍କ ଭଉଣୀ ୨ ମାସ ହେବ ଏସସିବିରେ ଚିକିତ୍ସାଧୀନ ଅଛନ୍ତି। ଭଉଣୀଙ୍କ ପାଇଁ ଔଷଧ ନେଇଥିବା ସୂଚନା ରହିଛି। ସେ କହିଛନ୍ତି ରକ୍ତ ଚାପ ପାଇଁ ତାଙ୍କ ଉଭଣୀଙ୍କ ପାଇଁ ଡାକ୍ତର ଔଷଧ ଲେଖିଥିଲେ। ଏହାପରେ ସେ ଆସି କଲ୍ୟାଣୀ ଔଷଧ ଦୋକାନରୁ ରକ୍ତ ଚାପ ଔଷଧ ନେଇଥିଲେ। ହେଲେ ଏହି ଔଷଧ ଖାଇବା ପରେ ଜାଣିବାକୁ ପାଇଥିଲେ ଯେ ଔଷଧ ଗୁଡିକର ଅବଧି ଶେଷ ହୋଇଯାଇଛି।

ତେବେ ଔଷଧ ଦୋକାନରେ ଏ ନେଇ ସୂଚନା ଦେବା ପରେ ଔଷଧ ଦୋକାନୀ ତାଙ୍କ ଟଙ୍କା ଫେରାଇ ଦେଇଥିଲା ବୋଲି ପବିତ୍ର ପଣ୍ଡା କହିଛନ୍ତି। ସେପଟେ ଏହି ମାମଲାରେ ଏସସିବି ପ୍ରଶାସନିକ ଅଧିକାରୀ ଏବଂ ଡ୍ରଗ୍ ବିଭାଗକୁ ମଧ୍ୟ ଚିଠି ଲେଖି ଅବଗତ କରାଯାଇଥିବା ସୂଚନା ରହିଛି।

ଯଦିଓ ଔଷଧ ଦୋକାନୀ ଏକ୍ସାପାଏରୀ ଔଷଧର ପଇସା ଫେରସ୍ତ କରିଛି ହେଲେ ଆଉ କିଏ କିଏ ଏହି ଏକ୍ସାପାଏରୀ ଔଷଧ ନେଇଛନ୍ତି ତାହା ମଧ୍ୟ ସାମ୍ନାକୁ ଆସିବା ଦରକାର। ଦୋକାନରେ ଥିବା ଅନ୍ୟ ଔଷଧର ଏକ୍ସପାଏରୀ ରହିଛି କି ନାହିଁ ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ ହେବା ଦରକାର। ସେହିପରି ହସ୍ପିଟାଲ ବାହାରେ ହେଉ ଅବା ଭିତରେ କିପରି ଠିକ୍ ଔଷଧ ଏବଂ ଦାମରେ ବିକ୍ରି କରିହେବ ସେ ନେଇ ଡ୍ରଗ୍ସ ଟିମ୍ ସୁନିଶ୍ଚିତ କରିବା ଦରକାର।

Leave A Reply

Your email address will not be published.