ଭୁବନେଶ୍ୱର: ଓଡ଼ିଶାକୁ ନାହିଁ କରୋନା ଭୟ । ଫୁଲବାଣୀ ଡାକ୍ତରୀ ଛାତ୍ରଙ୍କୁ ହୋଇନି କରୋନା । କନ୍ଧମାଳର ଚୀନରୁ ଫେରନ୍ତା ଡାକ୍ତରୀ ଛାତ୍ର କରୋନାରେ ଆକ୍ରାନ୍ତ ନୁହନ୍ତି ବୋଲି ଜଣାଯାଇଛି । ଯାଂଚ ପରେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ଏନେଇ ମେଡିକାଲ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶକ ଡାକ୍ତର ସି ବି କେ ମହାନ୍ତି ସୂଚନା ଦେଇଛନ୍ତି ।
କେବଳ ଏତିକି ନୁହେଁ ଓଡ଼ିଶାରୁ ଯେଉଁ ଛଅ ଜଣ କରୋନା ସନ୍ଦିଗ୍ଧଙ୍କର ସ୍ୱାସ୍ଥ୍ୟ ପରୀକ୍ଷଣ ରିପୋର୍ଟ ପୁନେକୁ ପଠାଯାଇଥିଲା, ସେଥିରୁ ମଧ୍ୟ ୫ ଜଣଙ୍କ ରିପୋର୍ଟ ହସ୍ତଗତ ହୋଇଛି । ସେମାନଙ୍କ ରିପୋର୍ଟ ମଧ୍ୟ ନେଗେଟିଭ୍ ଆସିଛି ।
ଜାନୁଆରୀ ୩୧ରେ କନ୍ଧମାଳ ଜିଲ୍ଲା ଫୁଲବାଣୀର ଜଣେ ଡାକ୍ତରୀ ଛାତ୍ର କରୋନା ଭୁତାଣୁରେ ଆକ୍ରନ୍ତ ହୋଇଥିବା ସନ୍ଦେହ କରାଯାଇଥିଲା । ଡାକ୍ତରୀ ଛାତ୍ର ମୃତ୍ୟୁଞ୍ଜୟ ମୁନି ଚୀନ୍ରେ ଏମ୍ବିବିଏସ୍ ପଢ଼ୁଥିଲେ । ସେ ଚୀନରୁ ଅସୁସ୍ଥ ହୋଇ ଗତ ମାସ ୧୧ ତାରିଖରେ ଘରକୁ ଫେରିଥିଲେ । ତେବେ ଘରକୁ ଫେରିବା ପରେ ତାଙ୍କୁ କାଶ, ଥଣ୍ଡା ଛାଡୁ ନଥିବାରୁ ସେ କରୋନା ଆକ୍ରାନ୍ତ ହୋଇଥିବା ଘର ଲୋକେ ସନ୍ଦେହ କରିଥିଲେ । ଏନେଇ ମୃତ୍ୟୁଞ୍ଜୟ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖି ରକ୍ତ ପରୀକ୍ଷା କରିବାକୁ ନିବେଦନ କରିଥିଲେ । ଏହାପରେ ମୃତ୍ୟୁଞ୍ଜୟଙ୍କୁ ପରୀକ୍ଷା ପାଇଁ କଟକର ଏସ୍ସିବି ମେଡିକାଲକୁ ଅଣାଯାଇଥିଲା ।
BREAKING NEWS
- ଡିଜେଲର ମୂଲ୍ୟ ଲିଟର ପିଛା ୫୨୦.୩୫ ଟଙ୍କା ବୃଦ୍ଧି
- Russia Offers To India: ପ୍ରକୃତ ବନ୍ଧୁ କ’ଣ…ପୁଣି ପ୍ରମାଣ କଲେ ପୁଟିନ…
- Raghav Chadha’s Reaction: ଚର୍ଚ୍ଚା ବଢ଼ାଇଲା ରାଘବ ଚଡ୍ଡାଙ୍କ ନୂଆ ପୋଷ୍ଟ, କହିଲେ ଚାଞ୍ଚ୍ଚଲ୍ୟକର କଥା…
- ସୁରକ୍ଷା ବାହିନୀକୁ ପୁଣି ବଡ ସଫଳତା: JJMP ମାଓ ସଙ୍ଗଠନର ଜୋନାଲ କମାଣ୍ଡର କଲା ଆତ୍ମସମପର୍ଣ
- ଯୁକ୍ତ ଦୁଇ ଖାତାଦେଖା ଆରମ୍ଭ
- ୧୬ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ୩ ନିଶା ମାଫିଆ ଗିରଫ
- ଅସମ୍ଭାଳ ହେଲାଣି ଗରମ ଓ ଗୁଳୁଗୁଳି: କାଳବୈଶାଖୀ ନେଇ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ଔଷଧ ଉପରେ ୧୦୦ ପ୍ରତିଶତ ଶୁଳ୍କ
- India attends UK meet: ହୋର୍ମୁଜ୍ ପାଇଁ ୬୦ରୁ ଅଧିକ ଦେଶ ହେଲେ ଏକତ୍ରିତ:ଭାରତ କହିଲା – ଆମେ ନାବିକମାନଙ୍କୁ ହରାଇଛୁ, ଉତ୍ତେଜନା ହ୍ରାସ ପାଇଁ…
- Nandankanan:ସୃଷ୍ଟି ହେଲା ନୂତନ ରେକର୍ଡ…ନନ୍ଦନକାନନରୁ ୨୬.୩୧ କୋଟିର ରାଜସ୍ୱ ସଂଗ୍ରହ
Comments are closed.