Latest Odisha News

ହ୍ରାସ ପାଇଲା ତୈଳ ଦର; କେଉଁ ସ୍ଥାନରେ କେତେ ରହିଛି ମୂଲ୍ୟ ଜାଣନ୍ତୁ…

ଭୁବନେଶ୍ୱର: ବିଗତ କିଛି ଦିନ ହେବ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ କ୍ରମାଗତ ହ୍ରାସ ଘଟୁଛି ।

ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ୬ ପଇସା ହ୍ରାସ ପାଇ ଲିଟର ପିଛା ୭୩.୦୪ ଟଙ୍କା ରହିଥିବା ବେଳେ ମାୟାନଗରୀ ମୁମ୍ବାଇରେ ପେଟ୍ରୋଲ ୭୮.୬୯ ଟଙ୍କା ରହିଛି ।

ସେହିପରି ଦିଲ୍ଲୀରେ ଡିଜେଲ ୬୬.୦୯ ଟଙ୍କା ପ୍ରତି ଲିଟର ରହିଛି । ସେହିଭଳି ମୁମ୍ବାଇରେ ଡିଜେଲ ୬୯.୨୭ଟଙ୍କା ପ୍ରତି ଲିଟର ବିକ୍ରି ହେଉଛି ।

ଅନ୍ୟପଟେ ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ପିଛା ୭୨.୦୭ ଟଙ୍କା ରାହିଥିବା ବେଳେ ଡିଜେଲ ଦର ଲିଟର ପିଛା ୭୦.୮୯ ଟଙ୍କା ରହିଛି ।

ସେହିପରି ଆଗ୍ରା ରେ ପେଟ୍ରୋଲ ଦର ଲିଟର ପିଛା ୭୪.୫୧ ଟଙ୍କା, ଅହମ୍ମଦାବାଦରେ ୭୦.୪୬ ଟଙ୍କା, ବେଙ୍ଗାଲୁରୁରେ ୭୫.୫୨ ଟଙ୍କା , ଭୋପାଳରେ ୮୧.୧୯ ଟଙ୍କା, ଚଣ୍ଡିଗଡରେ ୬୯.୦୬ ଟଙ୍କା ରହିଛି ।

ଅନ୍ୟପଟେ ଡିଜେଲ ମୂଲ୍ୟ ଆଗ୍ରାରେ ୬୬.୦୭ ଟଙ୍କା ଅହମ୍ମଦାବାଦରେ ୬୯.୧୫ ଟଙ୍କା, ବେଙ୍ଗାଲୁରୁରେ ୬୮.୩୨ ଟଙ୍କା, ଭୋପାଳରେ ୭୨.୩୦ ଟଙ୍କା ଓ ଚଣ୍ଡିଗଡରେ ୬୯.୯୧ ଟଙ୍କା ରହିଛି ।

Leave A Reply

Your email address will not be published.