କନ୍ଧମାଳ:ଫୁଲବାଣୀ ଜେଲ୍ ର ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ । ବିଚାରାଧୀନ କଏଦୀ ଯଶୋବନ୍ତ ଅମାତଙ୍କ ମୃତ୍ୟୁ ହୋଇଛି। ଗତମାସ ଗଞ୍ଜେଇ ଚାଲାଣ ମାମଲାରେ ଫିରିଙ୍ଗିଆରୁ ଗିରଫ ହୋଇଥିଲେ ।
କଏଦୀଙ୍କ ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଫିରିଙ୍ଗିଆ ଥାନା କେଲାପଡ଼ା ପଞ୍ଚାୟତର କମଡକାମ୍ବା ଗ୍ରାମର ଯଶୋବନ୍ତ ଅମାତ ।
ଗତ ସେପ୍ଟେମ୍ବର ୫ ତାରିଖରେ ଫିରିଙ୍ଗିଆ ପୋଲିସ ଯଶୋବନ୍ତ ଏବଂ ତାଙ୍କ ସ୍ତ୍ରୀଙ୍କୁ ଗଞ୍ଜେଇ ଚାଲାଣ ମାମଲାରେ ଗିରଫ କରିଥିଲା । ଅସୁସ୍ଥ ହେବାରୁ ପ୍ରଥମେ ଫୁଲବାଣୀ ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।
Comments are closed.