Latest Odisha News

ଅଁଳା ଆଚାର ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ?

ଶୀତଋତୁ ଆରମ୍ଭ ହୋଇଯାଇଛି ଏବଂ ତାଜା ଅଁଳାର ବିକ୍ରି ମଧ୍ୟ ବଜାରରେ ଦେଖିବାକୁ ମିଳୁଛି । ଯଦିଓ ଅଁଳାକୁ ଶୀତଋତୁର ଫଳ କୁହାଯାଏ, କିନ୍ତୁ ଏହା ବଜାରରେ ଶୁଖିଲା, ପ୍ରକ୍ରିୟାକୃତ, ପାଉଡର କିମ୍ବା ଜୁସ୍ ଆକାରରେ ମିଳିଥାଏ । କିନ୍ତୁ ବିଶେଷଜ୍ଞମାନେ ବିଶ୍ବାସ କରନ୍ତି ଯେ, ସମସ୍ତ ବିକଳ୍ପ ଅପେକ୍ଷା ତାଜା ଅଁଳାର ବ୍ୟବହାର ଅତ୍ୟନ୍ତ ଲାଭଦାୟକ। କିନ୍ତୁ ସବୁ ବେଳେ ସିଧାସଳଖ ଅଁଳା ଖାଇବାକୁ ଅନେକ ଲୋକ ପସନ୍ଦ କରନ୍ତି ନାହିଁ। ଏହାର ବିକଳ୍ପ ହେଉଛି ଅଁଳା ଆଚାର। କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଅଁଳା ଆଚାର ଖାଇବା ଉପକାରୀ କି ?

ଆଚାର ନାଁ ଶୁଣିଲେ ପାଟିରୁ ଆପେ ଲାଳ ଗଡେ। ହେଲେ ଆଚାର ଆମ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ଆସନ୍ତୁ ଜାଣିବା..

ଅଁଳା ଖାଇବା ଦ୍ବାରା ଶରୀରକୁ ଅନେକ ପ୍ରକାରର ଲାଭ ମିଳିଥାଏ । ଏହାଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । ଅଁଳାରେ ଭିଟାମିନ-ସି ପରି ଅନେକ ପ୍ରକାରର ପୋଷକ ତତ୍ତ୍ବ ଭରପୁର ରହିଛି । ଏହା ଶରୀରରେ ହେଉଥିବା ଅନେକ ପ୍ରକାର ସମସ୍ୟାରୁ ମୁକ୍ତି ଦେଇଥାଏ। ପ୍ରତ୍ୟେକ ମଣିଷ ଚାହାଁନ୍ତି ସବୁବେଳେ ସୁସ୍ଥ ଓ ସୁନ୍ଦର ରହିବାକୁ । କିନ୍ତୁ ଜଳବାୟୁର ପରିର୍ତ୍ତନ ଯୋଗୁଁ ଅନେକ ସମୟରେ ଅଧିକାଂଶ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଉଥିବା ଦେଖିବାକୁ ମିଳୁଛି। ବିଶେଷ କରି ଶୀତ ଦିନରେ ବାୟୂ ପ୍ରଦୂଷଣ ବଢିବା ଦ୍ୱାରା ଅନେକ ପ୍ରକାରର ସମସ୍ୟା ଦେଖା ଦେଇଥାଏ ମଣିଷ ଜୀବନରେ।

ବିଶେଷଜ୍ଞଙ୍କ ମତ ଅନୁଯାୟୀ, ରୋଗ ବେମାରୀ ଠାରୁ ବଞ୍ଚିବା ପାଇଁ ଇମ୍ୟୁନ ସିଷ୍ଟମକୁ ମଜବୁତ୍ ରଖିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ଏଥିପାଇଁ ଖାଦ୍ୟରେ ଭିଟାମିନ୍‌-ସି ଯୁକ୍ତ ଖାଦ୍ୟ ଖାଇବା ନିହାତି ଆବଶ୍ୟକ। ତେଣୁ ଖାଦ୍ୟରେ ଅଁଳା ସେବନ କରିବା ଅତ୍ୟନ୍ତ ଜରୁରୀ। ଯାହା ଶରୀରକୁ ଲାଭ ପ୍ରଦାନ କରିଥାଏ। ଶୀତ ଦିନେ ଅଁଳା ଆଚାର ସେବନ କରିବା ମଧ୍ୟ ଭଲ। ଏଥିରେ କୌଣସି କ୍ଷତି ହୋଇନଥାଏ। ଆମ ସମସ୍ତଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ଭିଟାମିନ୍-ସି ଆବଶ୍ୟକ। ଏଭଳି ପରିସ୍ଥିତିରେ ଭିଟାମିନ୍ ସିରେ ଭରପୂର ଅଁଳା କେବଳ ଆଖି, କେଶ ଏବଂ ଚର୍ମ ପାଇଁ ଲାଭଦାୟକ ହୋଇ ନଥାଏ ବରଂ ଏହାର ଅନ୍ୟାନ୍ୟ ଅନେକ ଲାଭକାରୀ ଗୁଣ ଅଛି।

ଆୟୁର୍ବେଦରେ ଅଁଳାକୁ ପୋଷକ ତତ୍ତ୍ୱର ଗନ୍ତାଘର ବୋଲି ମଧ୍ୟ କୁହାଯାଏ। ବର୍ଷ ବର୍ଷ ଧରି ଅଁଳାକୁ ଆଚାର, ଜୁସ୍ ଏବଂ ଚମନ୍‌ପ୍ରାସ ପରି ଅନେକ ରୂପରେ ସେବନ କରିଥାନ୍ତି ସମସ୍ତେ। ଅନେକ ଅଧ୍ୟୟନରୁ ଜଣାପଡିଛି ଯେ ଯେଉଁମାନେ ପ୍ରତିଦିନ ଅଁଳା ଖାଆନ୍ତି ସେମାନେ ଅନେକ ରୋଗରେ ଆକ୍ରାନ୍ତ ହୁଅନ୍ତି ନାହିଁ, ବିଶେଷକରି ଖାଲି ପେଟରେ ସକାଳେ ଅଁଳାକୁ ଖାଇବା ସବୁଠାରୁ ଲାଭଦାୟକ ବୋଲି ବିଶ୍ୱାସ କରାଯାଏ। ଏହାକୁ ନିୟମିତ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ। ଅଁଳାକୁ କଞ୍ଚା କିମ୍ବା ରସ ଆକାରରେ ସେବନ କରିବା ବିଶେଷ ଲାଭଦାୟକ ବୋଲି ବିଶ୍ୱାସ ରହିଛି।

 

Leave A Reply

Your email address will not be published.