Latest Odisha News

ଜି-୨୦ ସମ୍ମଳନୀ ସରିବା ପରେ ଚର୍ଚ୍ଚାରେ ରୁଷି ସୁନକ: ଖାଲି ପାଦରେ ଶେଖ ହାସିନାଙ୍କ ସାମ୍ନାରେ ଆଣ୍ଠେଇ କଥା ହେଲେ

ନୂଆଦିଲ୍ଲୀ: ସରି ଯାଇଛି ଜି ୨୦ ସମ୍ମିଳନୀ । ହେଲେ  ଚର୍ଚ୍ଚା ଥମିନି । ଏହି କାର୍ଯ୍ୟକ୍ରମର ବିଭିନ୍ନ ଦିଗକୁ ନେଇ ଏବେ ଗଣମାଧ୍ୟମରେ ବେଶ  ଚର୍ଚ୍ଚା ଚାଲିଛି । ଜି ୨୦ ସମ୍ମିଳନୀର କିଛି ଫଟୋ ଏବେ ଖୁବ ଚର୍ଚ୍ଚାକୁ ଆସିଛି । କେତେବେଳେ ବ୍ରିଟେନ ପ୍ରଧାନମନ୍ତ୍ରୀ ବଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସାମ୍ନାରେ ଆଣ୍ଠୁ ମାଡି ବସିଥିବା ଦେଖିବାକୁ ମିଳିଛି ତ କେଉଁଠି ମୋଦିଙ୍କ ହାତ ଧରି ବାଇଡେନ ଫଟୋ ଉଠାଉଛନ୍ତି ପୁଣି କେଉଁଠି  ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ନିଜ ମୋବାଇଲଣେ ସେଲ୍ଫି ନେଉଥିବା ଦେଖିବାକୁ ମିଳିଛି । ଏହି ସବୁ ଫଟୋ ସମସ୍ତଙ୍କ ମନକୁ ଛୁଇଁ ଯାଇଛି ।

ରୁଷି ସୁନକ ଶେଖ ହାସିନାଙ୍କ ପାଖରେ ଆଣ୍ଠୁ ମାଡି ବସିଥିବା ଫଟୋ ବେଶ ଭାଇରାଲ ହୋଇଛି । ଫଟୋରେ ଦେଖିବାକୁ ମିଳିଛି, ଶେଷ ହାସିନା ଏକ ଚେୟାରରେ ବସିଛନ୍ତି ଏବଂ  ରୁଷି ସୁନକ ତାଙ୍କ ପାଖରେ ଆଣ୍ଠୁ ମାଡି ବସି କିଛି କଥା ହେଉଛନ୍ତି । ସେତିକି ନୁହେଁ, ସୁନକଙ୍କୁ ଏଥିରେ ଖାଲି ପାଦରେ ଦେଖିବାକୁ ମିଳୁଛି । ଜଣେ ବ୍ୟକ୍ତି ଏହି ଫଟୋକୁ ଦେଖି କମେଣ୍ଟ ବକ୍ସରେ ଲେଖିଛନ୍ତି, ‘ବ୍ରିଟେନ ପ୍ରଧାନମନ୍ତ୍ରୀ ଜଣେ ସଜ୍ଜନ ବ୍ୟକ୍ତି ।’

ଅନ୍ୟପକ୍ଷେ ଭାରତ ମଣ୍ଡପମରେ ଆଉ ଏକ ଫଟୋକୁ ନେଇ ଏବେ ଖୁବ ଚର୍ଚ୍ଚା । ଏହି ଫଟୋଟି ମୋଦି, ବାଇଡେନଙ୍କର   । ଫଟେରେ ଦେଖିବାକୁ ମିଳିଛି, ଡିନର ସମୟରେ ଆମେରିକା ରାଷ୍ଟ୍ରପତି ବାଇଡେନ ମୋଦିଙ୍କ ହାତ ଧରିଛନ୍ତି । ଏହି ଫଟୋକୁ ଦେଖି ଦର୍ଶକ କହୁଛନ୍ତି, ଭାରତ-ଆମେରିକା ସମ୍ପର୍କ ଏବେ ଖୁବ ଉପରେ । ଦୁଇ ଦେଶ ପରସ୍ପରକୁ ଭରସା କରୁଛନ୍ତି  ଏହା ଏହି ଫଟୋ କହୁଛି ।

ଅନ୍ୟ ଏକ ଫଟୋରେ ଦେଖିବାକୁ ମିଳିଛି, ଡିନର କାର୍ଯ୍ୟକ୍ରମ ପରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥନୀ ଅଲ୍ବନିଜ ନିଜ ଫୋନରେ ମୋଦିଙ୍କ ସହ ସେଲଫି ନେଉଛନ୍ତି । ଏହି ସମୟରେ ସେ ଖୁବ ଖୁସି ଥିବା ଦେଖିବାକୁ ମିଳିଛି । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏହି ଜି୨୦ ସମ୍ମଳନୀ ସଫଳ ହୋଇଛି ବୋଲି କହିଛନ୍ତି । ସମ୍ମିଳନୀ ପରେ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ ହୋଇଥିଲା । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ଆର୍ଥିକ ବୁଝାମଣା ଉପରେ ମଧ୍ୟ ସେ ସୂଚନା ଦେଇଥିଲେ ।

ଅନ୍ୟ ଏକ ଫଟୋରେ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ବିଡୋଡୋଙ୍କ ସହ ମୋଦିଙ୍କ ଫଟୋ ବେଶ ପ୍ରଶଂସା ସାଉଁଟୁଛି । ଡିନର କାର୍ଯ୍ୟକ୍ରମ ସମୟରେ ମୋଦି ଜୋକୋ ବିଡୋଡୋଙ୍କ ହାତ ଧରି ଅନ୍ୟ ବିଦେଶୀ ଅତିଥିଙ୍କ ସହ ପରିଚିତ କରାଉଥିବା ଦେଖିବାକୁ ମିଳିଛି । ଏହି ଫଟୋରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଥିବା ଦେଖିବାକୁ ମିଳିଛି ।

ସେହିପରି ବ୍ରଟେନ ପ୍ରଧାନମନ୍ତ୍ରୀ ରୁଷି ସୁନକ ପତ୍ନୀ ଅକ୍ଷତାଙ୍କ ସହ ଅକ୍ଷରଧାମ ମନ୍ଦିରରେ ପୂଜା କରୁଥିବା ଫଟୋକୁ ନେଇ ବି ଚର୍ଚ୍ଚା ଚାଲିଛି । ରବିବାର ସକାଳ ୬.୪୫ରେ ଉଭୟେ ଅକ୍ଷରଧାମ ମନ୍ଦିରରେ ପହଞ୍ଚିଥିଲେ । ମନ୍ଦିରରେ ଯଥେଷ୍ଟ ସମୟ କଟାଇଥିଲେ ଉଭୟ ପତି-ପତ୍ନୀ ।

ରୁଷ ସବୁବେଳେ ଭାରତର ସୁଖଦୁଃଖର ବନ୍ଧୁ ।ଜି-୨୦ ସମ୍ମିଳନୀରେ ରାଷ୍ଟ୍ରପତି ପୁଟିନ ଯୋଗ ଦେଇ ପାରି ନ ଥିଲେ । ହେଲେ ପ୍ରତିନିଧିତ୍ୱ କରିଥିଲେ ବିଦେଶ ମନ୍ତ୍ରୀ ସଙ୍ଗେଇ ଲାଭରୋଭ । ଭାରତ ମଣ୍ଡପରେ ଏଥର ବି ରୁଷ-ଭାରତ ବନ୍ଧୁତ୍ୱର ନିଦର୍ଦ୍ଦଶ ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ମୋଦି ଓ ବେଦଶମନ୍ତ୍ରୀ ସଙ୍ଗେଇ ଲାଭରୋଭଙ୍କର ଏକ ଫଟୋ ବେଶ ଭାଇରାଲ ହୋଇଛି । ଏହି ଫଟୋରେ ଉଭୟେ ପରସ୍ପରର ହାତ ଧରି ଖୁବ ଜୋରରେ ହସୁଥିବା ନଜର ଆସିଛି ।

Comments are closed.