ମୁମ୍ବାଇ: ଦୀର୍ଘ ୮ମାସ ପରେ ମୁକୁଳିଲା ବନ୍ଦୀ ଥିବା କଳାପାରା। ଚୀନରେ ଗୁପ୍ତଚର ସନ୍ଦେହରେ ବନ୍ଦୀ ଥିବା ପାରା ଶେଷରେ ମୁକ୍ତ ହୋଇଛି। ମୁମ୍ବାଇର ଏକ ପ୍ରାଣୀ ଚିକିତ୍ସାଳୟରେ ୮ ମାସ ଧରି ପୋରାଟିକୁ କଏଦ କରି ରଖାଯାଇଥିଲା। ପ୍ରାଣୀ ଅଧିକାର ସଙ୍ଗଠନ ‘ପେଟା’ ଓ ପ୍ରାଣୀ ଚିକିତ୍ସାଳୟ ଉଦ୍ୟମରେ ଚଳିତ ସପ୍ତାହରେ ତାକୁ ମୁକ୍ତ କରାଯାଇଛି।
‘ସେଣ୍ଟ୍ରାଲ୍ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ’ର ଗାର୍ଡମାନେ ଆନ୍ତର୍ଜାତିକ ଜାହାଜ ଲଙ୍ଗର ପକାଉଥିବା ଗୋଟାଏ ବନ୍ଦରରେ ସେ ପାରାଟିକୁ ଦେଖି ଗୁପ୍ତଚର ପାରା ବୋଲି ସନ୍ଦେହ କରିଥିଲେ। ପାରାଟିର ଗୋଡ଼ରେ ରିଙ୍ଗ୍ରେ ପ୍ରାଚୀନ ମାଣ୍ଡାରିନ୍ ଭାଷାରେ କିଛି ରହସ୍ୟଜନକ ବାର୍ତ୍ତା ଓ ମାଇକ୍ରୋଚିପ୍ ଥିବା କଥା ଜଣାପଡ଼ିବା ପରେ ତାକୁ ଧରି ବନ୍ଦୀ କରାଯାଇଥିଲା । ପରେ ଜଣାପଡ଼ିଲା, ନିରୀହ ପରାଟି ଗୁପ୍ତଚର ନୁହେଁ ସାଧାରଣ ପାରା।
ମୁମ୍ବାଇ ପୋଲିସ ସହକାରୀ ସବ୍-ଇନ୍ସ୍ପେକ୍ଟର୍ ରବୀନ୍ଦ୍ର ପାଟିଲ୍ ଏ ପାରାଟିକୁ ରଖବା ଲାଗି ପ୍ରାଣୀ ଚିକିତ୍ସାଳୟର ସହାୟତା ଲୋଡ଼ିଥିଲେ। ପାରା ଗୋଡ଼ରେ ଲାଗିଥିବା ଚିପ୍କୁ ଫୋରେନ୍ସିକ୍ ପରୀକ୍ଷା କରାଯିବାରୁ ଜଣାପଡ଼ିଲା ଯେ, ତାହା ତାଇୱାନରୁ ଉଡି ଆସିଥିବା ଏକ ପ୍ରତିଯୋଗୀ ପାରା। ଗୁପ୍ତଚର ପାରା ନୁହେଁ ବୋଲି ଜଣାପଡ଼ିବା ପରେ ମଧ୍ୟ ତାକୁ ୮ ମାସ ଧରି ବନ୍ଦୀ କରି ରଖାଯାଇଥିଲା ବୋଲି ଡାକ୍ତର ପାଟିଲ କହିଛନ୍ତି।
BREAKING NEWS
- ଭାରତ ସିରିଜ୍ରୁ ୨୮୫ କୋଟି ଟଙ୍କା ରୋଜଗାର, କିନ୍ତୁ ୱେଷ୍ଟଇଣ୍ଡିଜ୍ ପାଇବ ଶୂନ
- Maa Manikeswari’s Chhatra Yatra:ପ୍ରସିଦ୍ଧ ଛତରଯାତ୍ରା ପାଇଁ ପ୍ରସ୍ତୁତ ଭବାନୀପାଟଣା;ନଜର ରଖିବ ୨୫ଟି ସିସିଟିଭି,ଡ୍ରୋନ୍
- ହାର୍ଦ୍ଦିକଙ୍କ ବିକଳ୍ପ ଖୋଜିବା ବନ୍ଦ କରିବାକୁ ପୂର୍ବତନ ଅଧିନାୟକ ଗାଭାସ୍କରଙ୍କ ଟିମ୍ ଇଣ୍ଡିଆକୁ ପରାମର୍ଶ
- ଖୋର୍ଦ୍ଧାରୁ ୫୫୦୦ ବୋତଲ କୋରେକ୍ସ ସହ ୧୦ ଗିରଫ
- Internet Restriction: ‘ସୁରକ୍ଷା ସହ ସ୍ୱାଧୀନତା ବି ନିହାତି ଜରୁରୀ’, ପିଲାଙ୍କ ଇଣ୍ଟରନେଟ୍ ବ୍ୟାନ୍କୁ ସୁପ୍ରିମକୋର୍ଟଙ୍କ ନା!
- Kolkata Stampede Odisha Alert: କୋଲକାତା ଦଳାଚକଟା ଦେଖି ଓଡ଼ିଶା ପୋଲିସ ମନରେ ଛନକା! ଆଗୁଆ ଭିଡ଼ିଲେ ଅଣ୍ଟା, ପୂଜା ମଣ୍ଡପରେ କଡ଼ା ସୁରକ୍ଷା…
- Minister warns Andhra: କୋଟିଆକୁ ନେଇ ମନ୍ତ୍ରୀଙ୍କ କଡା ଚେତାବନୀ, କହିଲେ, ‘ଏବେ ମାଆ ଅଛି, ମାଉସୀ ଦରକାର ନାହିଁ…’
- Kolkata Stampede: ମା’ଙ୍କୁ ଦର୍ଶନ କରିବାକୁ ଯାଇଥିଲେ, ସବୁଦିନ ପାଇଁ ମାଆ ଛେଉଣ୍ଡ ହୋଇଗଲେ! କୋଲକାତା ଦଳାଚକଟାର ଛାତିଥରା କାହାଣୀ…
- ୬୫.୯୧ ଲକ୍ଷ ସରକାରୀ ପାଣ୍ଠି ଆତ୍ମସାତ୍; ବରିଷ୍ଠ କିରାଣିଙ୍କ ସହ ୩ ଗିରଫ
- ରାଜ୍ୟର ୭ ଜିଲ୍ଲାରେ ଝଡବର୍ଷା ସମ୍ଭାବନା…

Comments are closed.