Latest Odisha News

BREAKING NEWS

ରଣଜୀ ଟ୍ରଫି: ଓଡିଶା ୧୬୦ ରନରେ ଅଗ୍ରଣୀ

କଟକ: ଓଡିଶା ଓ ପଣ୍ଡିଚେରୀ ମଧ୍ୟରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟ ରୋମାଂଚକ ସ୍ଥିତିରେ ପଂହଚିଛି । ଏଲିଟ ଗ୍ରୁପ ଡିର ଏହି ମୁକାବିଲାର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଓଡିଶା ୧୬୦ ରନର ଅଗ୍ରଣୀ ହାସଲ କରିଛି । ଅନ୍ତିମ ଦିବସରେ ଉଭୟ ଦଳ ନିକଟରେ ମ୍ୟାଚକୁ ଜିତିବା ସୁଯୋଗ ରହିଛି । ଷ୍ଟମ୍ପସ ଅପସାରଣ ବେଳକୁ ଓଡିଶା ଦ୍ୱିତୀୟ ଇନିଂସରେ ୪ ୱିକେଟ ବିନିମୟରେ ୧୨୨ ରନ ସଂଗ୍ରହ କରିଛି । ଗୋବିନ୍ଦ ପୋଦ୍ଦାର ୧୯ ଓ ବିପ୍ଲବ ସାମନ୍ତରାୟ ୫ ରନ କରି ଅପରାଜିତ ରହିଛନ୍ତି । ଶାନ୍ତନୁ ମିଶ୍ର (୨୮), ଅନୁରାଗ ଷଡଙ୍ଗୀ(୨୨), ସନ୍ଦୀପ ପଟ୍ଟନାୟକ(୧୬) ଓ ଶୁଭ୍ରାଂଶୁ ସେନାପତି ୧୯ ରନ କରି ପ୍ୟାଭିଲିୟନ ଫେରି ଯାଇଛନ୍ତି ।

ପୂର୍ବରୁ ଓଡିଶାର ପ୍ରଥମ ଇନିଂସ ସ୍କୋର ୩୨୨ ରନ ଜବାବରେ ପଣ୍ଡିଚେରୀ ୨୮୪ ରନ କରିଥିଲା । ଅରୁଣ କାର୍ତିକଙ୍କ ଆକର୍ଷଣୀୟ ୧୧୦ ରନ ଯୋଗୁ ପଣ୍ଡିଚେରୀ ତାର ସ୍ଥିତି ସୁଧାରିଥିଲା । ୧୯୦ ରନରେ ୬ଟି ୱିକେଟ ହରାଇବା ପରେ ପଣ୍ଡିଚେରୀ ଶେଷ ୪ଟି ୱିକେଟରେ ୯୪ ରନ କରିଥିଲା । ଓଡିଶା ପକ୍ଷରୁ ରାଜେଶ ମହାନ୍ତି, ହର୍ଷିତ ରାଠୋର ଓ ସୁନୀଲ ରାଓଲ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.