Latest Odisha News

BREAKING NEWS

ଓଡ଼ିଶାରେ ବଢ଼ିପାରେ କରୋନା ସଂକ୍ରମଣ: ଡାକ୍ତର ନିରଞ୍ଜନ ମିଶ୍ର

ଭୁବନେଶ୍ୱର: ଓଡ଼ିଶାରେ କରୋନା ସଂକ୍ରମଣ ବଢ଼ିବା ସମ୍ଭାବନା ରହିଛି । ଏପରି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ସେପଟେ ଏଣିକି ରବିବାର ଓ ଛୁଟି ଦିନ ବ୍ୟତୀତ ସବୁଦିନ ଟିକାକରଣ ହେବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି- “ଗତ ୨ ମାସ ଭିତରେ ସାରା ଦେଶରେ ସଂକ୍ରମଣ କିଛି ପରିମାଣରେ ବଢ଼ିଛି । ୨୪ ଘଣ୍ଟାରେ ୨୪ ହଜାରରୁ ଅଧିକ କେସ୍‌ ସାରା ଦେଶରୁ ବାହାରିଛି । ଏହା ଦ୍ୱିତୀୟ ଲହରି କି ନୁହେଁ କହିହେବ ନାହିଁ । ଏବେ ଲୋକେ ଟିକେ ଢିଲା ହୋଇଛନ୍ତି । ତେଣୁ ରାଜ୍ୟରେ ବଢ଼ିବାର ସମ୍ଭାବନା ରହିଛି । କୌଣସି ଜାଗାରେ ବଢ଼ୁଛି କି ନାହିଁ କଣ୍ଟାକ୍ଟ ଟ୍ରେସିଂ କରି ଦେଖାଯିବ।”

କରୋନା ଟିକାକରଣକୁ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି- “ପ୍ରତିଦିନ ୧ ଲକ୍ଷ ବରିଷ୍ଠ ନାଗରିକଙ୍କୁ ଟିକାଦାନ ଲାଗି ଲକ୍ଷ୍ୟ ରଖାଯାଇଛି । ରାଜ୍ୟରେ ଖରା ବଢୁଥିବାରୁ ଟିକାଦାନ କେନ୍ଦ୍ରକୁ ବୃଦ୍ଧି କରାଯାଇଛି । ଏବେ ରାଜ୍ୟର ୭୦୦ଟି କେନ୍ଦ୍ରରେ ଟିକାଦାନ କରାଯାଉଛି । ୯୧% ସ୍ୱାସ୍ଥ୍ୟ କର୍ମୀ ଓ ୮୦% ସମ୍ମୁଖ ଯୋଦ୍ଧା ଟିକା ନେଇ ସାରିଲେଣି । ଏଣିକି ରବିବାର ଓ ଛୁଟି ଦିନ ବ୍ୟତୀତ ସବୁଦିନ ହେବ ଟିକା ଦିଆଯିବ ।” ଓଡ଼ିଶାରେ କରୋନା ସ୍ଥିତି ଦେଖିଲେ ନିୟନ୍ତ୍ରଣରେ ଥିଲା ପରି ଲାଗୁଛି । 

Leave A Reply

Your email address will not be published.