ଅଦୀସ ଅବାବ: ୩୭୦୦୦ ଫୁଟ ଉପରେ ବିମାନ ଉଡୁଥିବା ବେଳେ ଏହାର ୨ ପାଇଲଟ ହଠାତ ଶୋଇ ପଡିଲେ । ତେବେ ଭାଗ୍ୟର କଥା ଉପଯୁକ୍ତ ସମୟରେ ପଦକ୍ଷେପ ନିଆଯିବା ଫଳରେ ଏହା ଦୁର୍ଘଟଣାଗ୍ରସ୍ତ ହେବାରୁ ବର୍ତି ଯାଇଥିଲା । ସୁଡାନର ଖାର୍ତୁମରୁ ଇଥିୟୋପିଆ ଯାଉଥିବା ବୋଇଂ ୭୩୭ ବିମାନ ଅଦୀସ ଅବାବ ବିମାନ ବନ୍ଦରରେ ଅବତରଣ କରିବା ଥିଲା । ବିମାନର ଦୁଇ ପାଇଲଟ ଶୋଇ ପଡିଥବାରୁ ଏଠାରେ ଅବତରଣ କରିବା ବଦଳରେ ଏହା କେବଳ ଚକ୍କର କାଟିଥିଲଏା । ଏୟାର ଟ୍ରାଫିକ କଂଟ୍ରୋଲ ପାଇଲଟଙ୍କୁ ବାରମ୍ବାର ମେସେଜ ପଠାଇଥିଲେ ମଧ୍ୟ ସେମାନେ ଜାଣି ପାରି ନ ଥିଲେ । ଏହା ପରେ ଏଟିସି ଆଲର୍ଟ ଜାରୀ କରିଥିଲା । ବିମାନଟି ଯେତେବେଳେ ରନୱେ କ୍ରସ କରିବାକୁ ଯାଉଥିଲା ଏହାର ଅଟୋପାଇଲଟ ଡିସକନେକ୍ଟ ହୋଇ ଯାଇଥିଲା । ଫଳରେ କ୍ୟାବିନ ମଧ୍ୟରେ ଆଲାର୍ମ ଜୋର ଜୋରରେ ବାଜିବାକୁ ଲାଗିଥିଲା । ଏହା ପାଇଲଟଙ୍କ ନିଦ ଭାଙ୍ଗିବା ପାଇଁ ଯଥେଷ୍ଟ ଥିଲା । ୨୫ ମିନିଟର ପରିଶ୍ରମ ପରେ ବିମାନକୁ ପାଇଲଟ ସୁରକ୍ଷିତରେ ଅବତରଣ କରାଇଥିଲେ । ପଛରେ ବିମାନ ଅଧିକାରୀମାନେ ୩ ଘଂଟା ଯାଂଚ କରିବା ପରେ ପରବର୍ତୀ ଉଡାନ ପାଇଁ ଅନୁମତି ପ୍ରଦାନ କରିଥିଲେ । ଅତ୍ୟଧିକ ପରିଶ୍ରମ ଏବଂ କ୍ଲାନ୍ତ ଯୋଗୁ ଦୁଇ ପାଇଲଟ ଶୋଇ ପଡିଥିଲେ ବୋଲି ରିପୋର୍ଟରେ ଦର୍ଶାଯାଇଥିଲା ।
BREAKING NEWS
- ତୀରନ୍ଦାଜ ଶୀତଳ ଦେବୀଙ୍କ ବିଶ୍ୱ ରେକର୍ଡ: ପାରା ଏସିଆନ୍ ଗେମ୍ସରେ ସୃଷ୍ଟି କଲେ ଇତିହାସ
- ଖସିଲା ସେନସେକ୍ସ, ନିବେଶକ ହରାଇଲେ ୪.୩ ଲକ୍ଷ କୋଟି…
- ବାଲିଯାତ୍ରା ପଡିଆରେ ନାବାଳକ ହତ୍ୟା ପଛରେ ତ୍ରିକୋଣୀୟ ପ୍ରେମ!
- ବିସିସିଆଇର ବଡ଼ ଘୋଷଣା; ପ୍ରଜ୍ଞାନ ଓଝା ଚୟନ କମିଟିର ଅଧ୍ୟକ୍ଷ…
- ରଣଜୀ ଟ୍ରଫି: ୭୮ ବର୍ଷ ପରେ ମିଜୋରମର ଚିନ୍ମୟଙ୍କ ୪୦୦ ରନର ଐତିହାସିକ ଇନିଂସ
- କକ୍ରୋଚକୁ ଟକ୍କର ଦେବ ଲାଲ୍ ହିଟ୍ ଜନତା ପାର୍ଟି…
- ଆସନ୍ତା ୨ ଦିନ ଯାଏଁ ଝଡ଼ବର୍ଷା ସମ୍ଭାବନା
- Maa Manikeswari’s Chhatar Yatra:ସଂପନ୍ନ ହେଲା ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା; ବିଶ୍ୱାସ ନାଁରେ ପଡ଼ିଲା ହଜାର ହଜାର ବଳି
- ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ ପରେ ବଢ଼ିଲା ସଲମାନଙ୍କ ସୁରକ୍ଷା
- ଇକ୍ୱାଡର ଚର୍ଚ୍ଚରେ ଲାଇଭ୍-ଷ୍ଟ୍ରିମ୍ ପ୍ରାର୍ଥନା ସମୟରେ ବଡ଼ ଦୁର୍ଘଟଣା: କାନ୍ଥରୁ ଖ୍ରୀଷ୍ଟଙ୍କ ପ୍ରତିମା ଖସିପଡ଼ିବାରୁ ପାଦ୍ରୀଙ୍କ ମୃତ୍ୟୁ

Comments are closed.