ଅଦୀସ ଅବାବ: ୩୭୦୦୦ ଫୁଟ ଉପରେ ବିମାନ ଉଡୁଥିବା ବେଳେ ଏହାର ୨ ପାଇଲଟ ହଠାତ ଶୋଇ ପଡିଲେ । ତେବେ ଭାଗ୍ୟର କଥା ଉପଯୁକ୍ତ ସମୟରେ ପଦକ୍ଷେପ ନିଆଯିବା ଫଳରେ ଏହା ଦୁର୍ଘଟଣାଗ୍ରସ୍ତ ହେବାରୁ ବର୍ତି ଯାଇଥିଲା । ସୁଡାନର ଖାର୍ତୁମରୁ ଇଥିୟୋପିଆ ଯାଉଥିବା ବୋଇଂ ୭୩୭ ବିମାନ ଅଦୀସ ଅବାବ ବିମାନ ବନ୍ଦରରେ ଅବତରଣ କରିବା ଥିଲା । ବିମାନର ଦୁଇ ପାଇଲଟ ଶୋଇ ପଡିଥବାରୁ ଏଠାରେ ଅବତରଣ କରିବା ବଦଳରେ ଏହା କେବଳ ଚକ୍କର କାଟିଥିଲଏା । ଏୟାର ଟ୍ରାଫିକ କଂଟ୍ରୋଲ ପାଇଲଟଙ୍କୁ ବାରମ୍ବାର ମେସେଜ ପଠାଇଥିଲେ ମଧ୍ୟ ସେମାନେ ଜାଣି ପାରି ନ ଥିଲେ । ଏହା ପରେ ଏଟିସି ଆଲର୍ଟ ଜାରୀ କରିଥିଲା । ବିମାନଟି ଯେତେବେଳେ ରନୱେ କ୍ରସ କରିବାକୁ ଯାଉଥିଲା ଏହାର ଅଟୋପାଇଲଟ ଡିସକନେକ୍ଟ ହୋଇ ଯାଇଥିଲା । ଫଳରେ କ୍ୟାବିନ ମଧ୍ୟରେ ଆଲାର୍ମ ଜୋର ଜୋରରେ ବାଜିବାକୁ ଲାଗିଥିଲା । ଏହା ପାଇଲଟଙ୍କ ନିଦ ଭାଙ୍ଗିବା ପାଇଁ ଯଥେଷ୍ଟ ଥିଲା । ୨୫ ମିନିଟର ପରିଶ୍ରମ ପରେ ବିମାନକୁ ପାଇଲଟ ସୁରକ୍ଷିତରେ ଅବତରଣ କରାଇଥିଲେ । ପଛରେ ବିମାନ ଅଧିକାରୀମାନେ ୩ ଘଂଟା ଯାଂଚ କରିବା ପରେ ପରବର୍ତୀ ଉଡାନ ପାଇଁ ଅନୁମତି ପ୍ରଦାନ କରିଥିଲେ । ଅତ୍ୟଧିକ ପରିଶ୍ରମ ଏବଂ କ୍ଲାନ୍ତ ଯୋଗୁ ଦୁଇ ପାଇଲଟ ଶୋଇ ପଡିଥିଲେ ବୋଲି ରିପୋର୍ଟରେ ଦର୍ଶାଯାଇଥିଲା ।
BREAKING NEWS
- ଜନସେବା କେନ୍ଦ୍ର ମାଲିକଙ୍କୁ ହତ୍ୟା ଅଭିଯୋଗ
- Odisha CAG Expose: ସିଏଜି ରିପୋର୍ଟରେ ଓଡ଼ିଶାରେ ମାଳମାଳ ଅନିୟମିତତା; ୬୪୦ କୋଟି ଜରିମାନା ଆଦାୟ ହୋଇନି, DMF ଟଙ୍କାରେ ହକି ଷ୍ଟାଡିୟମ!
- ଆୟ ବହିର୍ଭୂତ ସମ୍ପତ୍ତି ଠୁଳ; ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସର ସହକାରୀ ନିର୍ଦ୍ଦେଶକଙ୍କ ୭ ସ୍ଥାନରେ ରେଡ୍
- ଭାଲୁକୁଣି ବିସର୍ଜନ ବେଳେ ଅଘଟଣ; DJ ସାଉଣ୍ଡ ବକ୍ସ ପଡ଼ି ୭ ଆହତ
- ଭୂକମ୍ପରେ ଥରିଲା ଓଡ଼ିଶା; ଏହି ସ୍ଥାନରେ ୩.୯ ତୀବ୍ରତାର ଝଟକା…
- ସର୍ଭେ ରିପୋର୍ଟ : ୭୦% ରୁ ଅଧିକ ୟୁକ୍ରେନବାସୀ ଦୁର୍ନୀତି ପାଇଁ ଜେଲେନସ୍କିଙ୍କୁ ଦାୟୀ ମନେକରୁଛନ୍ତି
- ଇରାନ-ଆମେରିକା ସଂଘର୍ଷ: ଭୟ ଆଉ ଚିନ୍ତା ଭିତରେ ଇରାନରେ ଖୋଲିଲା ସ୍କୁଲ୍
- ବସରୁ ଖସି ପଡ଼ିଲେ ରୋହିତ ଶର୍ମା; ଚିନ୍ତାରେ ଫ୍ୟାନ୍ସ
- ବିଜେପି ନେତାଙ୍କୁ ପ୍ରାଣାନ୍ତକ ଆକ୍ରମଣ; ଡାକ୍ତରଖାନାରେ ଭର୍ତ୍ତି
- Odisha Vigilance:୩୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ତାଙ୍କ ସହଯୋଗୀ

Comments are closed.