Latest Odisha News

BREAKING NEWS

ବିଧାନସଭାରେ ୧୪୭ ବିଧାୟକଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ ବିଧାୟକ ?

ଭୁବନେଶ୍ବର : ବିଧାନସଭାରେ ୧୪୭ ବିଧାୟକଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ ବିଧାୟକ ? କେଉଁ ବିଧାୟକଙ୍କର ରାଜ୍ୟ ପ୍ରତି ସର୍ବାଧିକ ଦାଇତ୍ବବୋଧ ରହିଛି ? କେଉଁ ବିଧାୟକ ବିଧାନସଭାର ଗୃହ କାର୍ଯ୍ୟରେ ଉଲ୍ଲେଖନୀୟ ପଦର୍ଶନ କରିଛନ୍ତି?

ଶ୍ରେଷ୍ଠ ବିଧାୟକ ଚୟନ ପାଇଁ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି  । ଓଡିଶା ବିଧାନସଭାର ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ବିଧାନସଭାସ୍ଥିତ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଶ୍ରେଷ୍ଠ ବିଧାୟକ ଚୟନ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି  । ଶ୍ରେଷ୍ଠ ବିଧାୟକ ଚୟନ କମିଟିରେ ଉପବାଚସ୍ପତି ରଜନୀକାନ୍ତ ସିଂ , କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର,ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଘଡେଇ , ପୂର୍ବତନ ବିଧାୟକ ନରେନ୍ଦ୍ର କୁମାର ପ୍ରଧାନ ଏବଂ ବରିଷ୍ଠ ସାମ୍ବାଦିକ ଶ୍ରୀ ରାମ ଦାଶ ଉପସ୍ଥିତ ଥିଲେ  ।

କୋଭିଡ ସଂକ୍ରମଣ ପାଇଁ ଗତ ତିନି ବର୍ଷ ହେବ ଏ ବାବଦରେ କୈଣସି ବୈଠକ ଅନୁଷ୍ଠିତ ହୋଇନଥିଲା  । ତେବେ ଏହି କମିଟି ଚଳିତ ବର୍ଷ ୨୦୧୭ ରୁ ୨୦୨୧ ପର୍ଯ୍ୟନ୍ତ ୫ବର୍ଷର ଶ୍ରଷ୍ଠ ବିଧାୟକଙ୍କୁ ଚୟନ କରିବେ  ।

Leave A Reply

Your email address will not be published.