Latest Odisha News

ରାଜଧାନୀରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା : ପିଙ୍କ ପାର୍କିଂ

ଭୁବନେଶ୍ବର: ସବୁ କ୍ଷେତ୍ରରେ ମହିଳାଙ୍କୁ ଅଗ୍ରାଧିକାର ଦିଆଯିବା ଉକ୍ତିକୁ ଅନେକ ସ୍ଥାନରେ ନିଷ୍ଠାର ସହ ପାଳନ କରାଯାଉଛି ।

ପାର୍କିଂ ସ୍ଥଳୀରେ ମଧ୍ୟ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଛି । ଏଭଳି ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି ଭୁବନେଶ୍ବର ଉତ୍କଳ କନିକା ଗାଲେରିଆ ମଲ ।

ଗାଡି ପାର୍କିଂକୁ ନେଇ ମହିଳାମାନେ ଅନେକ ସମୟରେ ସାମ୍ନା କରିଥିବା ଅସୁବିଧାକୁ ନଜରରେ ରଖି ଏହି ମଲ ମହିଳାଙ୍କ ପାଇଁ ସଂରକ୍ଷିତ ପାର୍କିଂ ବ୍ୟବସ୍ଥା ‘ପିଙ୍କ ପାର୍କିଂ’ ଆରମ୍ଭ କରିଛି ।

କଣ ଏହି ପିଙ୍କ ପାର୍କିଂ:

କେବଳ ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ପାର୍କିଂ ସ୍ଥାନକୁ ପିଙ୍କ ପାର୍କିଂ କୁହାଯାଉଛି । ଏହି ଜୋନରେ କେବଳ ମହିଳାମାନେ ହିଁ ପାର୍କିଂ କରିପାରିବେ । ଏହି ପାର୍କିଂ ସ୍ଥଳରେ ଦର୍ପଣ ବି ଲାଗିଛି । ଏହି ପିଙ୍କ ପାର୍କିଂକୁ ଟ୍ରାଫିକ ଡିସିପି ସାଗରିକା ନାଥ ଉଦଘାଟନ କରିଛନ୍ତି ।

Comments are closed.