ଭୁବନେଶ୍ୱର: ଆଗାମୀ ୨୦୨୪-୨୫ ସୁଦ୍ଧା ସମସ୍ତ ଗ୍ରାମାଞ୍ଚଳକୁ ପାଇପ ଯୋଗେ ପିଇବା ପାଣି ଯୋଗାଇ ଦିଆଯିବା ନେଇ ପଞ୍ଚାୟତ ରାଜ୍ ମନ୍ତ୍ରୀ ପ୍ରତାପ ଜେନା ମଙ୍ଗଳବାର ଦିନ ବିଧାନସଭାରେ ସୂଚନା ଦେଇଛନ୍ତି ।
ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତି ଓ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ ଏହା କହିଛନ୍ତି ।
ବର୍ତ୍ତମାନ ସୁଦ୍ଧା ମୋଟ ୪୭,୩୬୬ ଗ୍ରାମ ମଧ୍ୟରୁ ୧୯,୫୦୬ଟି ଗ୍ରାମକୁ ପାଇପ ଯୋଗେ ଜଳ ଯୋଗାଣ ହୋଇଥିବା ମନ୍ତ୍ରୀ କହିଛନ୍ତି ।
ଆହୁରି ମଧ୍ୟ ସେ କହିଛନ୍ତି ଯେ, ଏଥିପାଇଁ ରାଜ୍ୟ ସରକାର ୧୭,୩୭୨ କୋଟି ଟଙ୍କାର ବ୍ୟୟ ବରାଦ କରିଥିବା ବେଳେ ଗତ ପାଞ୍ଚ ବର୍ଷରେ କେନ୍ଦ୍ର ତରଫରୁ ମାତ୍ର ୫୪୯ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି ।
Comments are closed.