ପୁରୀ: କଡ଼ା ସୁରକ୍ଷା ଭିତରେ ପିପିଲି ଉପନିର୍ବାଚନର ଭୋଟ୍ ଗଣତି ଚାଲିଛି । ପ୍ରଥମେ ପୋଷ୍ଟାଲ୍ ବାଲଟ୍ ଗଣା ଯାଇଥିଲା । ଏହାପରେ ଇଭିଏମ୍ ପେଡି ଖୋଲିଥିଲା । ପ୍ରଥମ ରାଉଣ୍ଡ ଗଣତି ଶେଷ ହୋଇଛି । ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ୧୪୦୬ ଭୋଟ୍ରେ ଆଗୁଆ ଥିବା ସୂଚନା ମିଳିଛି ।
ପ୍ରଥମ ରାଉଣ୍ଡ ଗଣତିରେ ବିଜେଡିକୁ ୪୦୫୫ ଖଣ୍ଡ ଭୋଟ୍ ମିଳିଛି । ସେହିପରି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୨୬୪୯ ଓ କଂଗ୍ରେସର ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ ୭୬୬ ଖଣ୍ଡ ଭୋଟ୍ ମିଳିଥିବା ସୂଚନା ମିଳିଛି । ପିପିଲି ଉପନିର୍ବାଚନରେ ତ୍ରିମୁଖୀ ଲଢ଼େଇ ହେଉଛି ।
ଗତ ୩୦ ତାରିଖରେ ଉପନିର୍ବାଚନ ନେଇ ଭୋଟ୍ ନିଆଯାଇଥିଲା । ଆଜି ସ୍ପଷ୍ଟ ହେବ କିଏ ମାରିବ ପିପିଲି ବାଜି । କାହା ସପକ୍ଷରେ ଯାଇଛି ଜନାଦେଶ । ପିପିଲି ଗଡ଼କୁ ନିଜ ଦଖଲରେ ବିଜେଡି ରଖିବ ନା ଖସିଯିବ ? ଭୋଟ୍ ବିଜୟ ବ୍ୟବଧାନ କେତେ ରହିବ ତାଉପରେ ସମସ୍ତଙ୍କର ନଜର ରହିଛି ।
Comments are closed.