Latest Odisha News

ଜାହାଜରେ ଡ୍ରଗ୍ସ ପାର୍ଟି: ଶାହାରୁଖଙ୍କ ପୁଅ ଆର୍ୟନକୁ ଏନସିବିର ପଚରାଉଚରା

ମୁମ୍ବାଇ: ଜାହାଜରେ ଡ୍ରଗ୍ସ ପାର୍ଟି । ଅଚାନକ ଚଢ଼ାଉ କଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି ଟିମ୍ । ମୁମ୍ବାଇରେ ଏକ ଜାହାଜରେ ଏହି ଡ୍ରଗ୍ମ ପାର୍ଟି ଚାଲିଥିଲା । ଏହି ଘଟଣାରେ ବଲିଉଡ୍ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ୟନଙ୍କ ନାଁ ସାମନାକୁ ଆସିଛି । ତାଙ୍କୁ ପଚରାଉଚରା କରୁଛି ଏନସିବି ଟିମ୍ । ଜାହାଜରେ ଡ୍ରଗ୍ସ ପାର୍ଟି ମାମଲାରେ ୮ ଜଣଙ୍କୁ ଗିରଫ କରାଯାଇଛି ।

ସମୁଦ୍ର ମଝିରେ ଜାହାଜରେ ଚାଲିଥିଲା ବିନ୍ଦାସ ଡ୍ରଗ୍ସ ପାର୍ଟି । ଖବର ପାଇ ସେଠାରେ ପଞ୍ଝା ମାରିଥିଲା ଏନସିବି । କୁହାଯାଉଛି ସମୁଦ୍ରରେ ଏହା ହେଉଛି ଏନସିବିର ପ୍ରଥମ ଓ ସବୁଠୁ ବଡ଼ ଅପରେସନ୍ । ୮ ଜଣ ଗିରଫ ହୋଇଥିବା ଅନ୍ୟମାନଙ୍କୁ ପଚରାଉଚରା ଚାଲିଛି । ସେମାନଙ୍କ ଭିତରେ ଅଛନ୍ତି ଶାହାରୁଖ ଖାନଙ୍କ ପୁଅ ଆର୍ୟନ୍ ।

ପଚରାଉଚରା ବେଳେ ଆର୍ୟନ କହିଛନ୍ତି, ତାଙ୍କୁ ଅତିଥି ଭାବରେ ସେଠାକୁ ନିମନ୍ତ୍ରିତ କରାଯାଇଥିଲା । ପାର୍ଟିରେ ସାମିଲ ହେବାକୁ ସେ କୌଣସି ଫିସ୍ ଦେଇ ନାହାନ୍ତି । ତାଙ୍କ ନାଁରେ ଲୋକଙ୍କୁ ପାର୍ଟିକୁ ଡକାଯାଇଥିଲା । ସମୁଦ୍ର ଭିତରେ ଜାହାଜରେ ଡ୍ରଗ୍ସ ପାର୍ଟିର ଏକ ଭିଡିଓ ଏନସିବି ହାତରେ ଲାଗିଛି ।

ଏନସିବି ଜୋନାଲ୍ ନିର୍ଦ୍ଦେଶକ ସମୀର ଓ୍ୱାଖଡେ କହିଛନ୍ତି, ଆର୍ୟନଙ୍କୁ ଏଯାଏ ଗିରଫ କରାଯାଇ ନାହିଁ । ଏହି ଡ୍ରଗ୍ସ ପାର୍ଟିରେ ସାମିଲ ହେବାକୁ ପ୍ରତି ଯାତ୍ରୀଙ୍କୁ ୮୦ ହଜାର ଟଙ୍କା ଦେବାକୁ ପଡ଼ିଥିଲା । ଅଧିକ ଖୋଳତାଡ ଜାରି ରଖିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ।

Leave A Reply

Your email address will not be published.