Latest Odisha News

BREAKING NEWS

ପିପିଲିରେ ଜମୁଛି ପ୍ରଚାର, କାଲି ଭର୍ଚୁଆଲରେ କ୍ୟାମ୍ପେନ କରିବେ ମୁଖ୍ୟମନ୍ତ୍ରୀ

ପିପିଲି : ପିପିଲି ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର । ଭୋଟ ହାତେଇବା ପାଇଁ ଚାଲିଛି ମାରାଥନ କ୍ୟାମ୍ପେନ୍ । ଗଡ଼ ବଞ୍ଚାଇବାକୁ ବିଜେଡି ଲାଗି ପଡ଼ିଥିବା ବେଳେ, ବିଜେପି ଓ କଂଗ୍ରେସ ବି ଆପ୍ରାଣ ଉଦ୍ୟମ ଚଳାଇଛନ୍ତି । ଘରକୁ ଘର ବୁଲି ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ପ୍ରଚାର କରି ଭୋଟ ଭିକ୍ଷା କରୁଛନ୍ତି । ତିନି ରାଜନୈତିକ ଦଳର କ୍ୟାମ୍ପେନରେ ଉଠୁଛି ପଡୁଛି ପିପିଲି ଓ ଡେଲାଙ୍ଗ ଅଞ୍ଚଳ । ପ୍ରଚାରକୁ ଆହୁରି ଶକ୍ତ କରିବାକୁ କାଲି ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପଙ୍କ ପାଇଁ ଭର୍ଚ୍ଚୁଆଲରେ କ୍ୟାମ୍ପେନ କରିବେ ମୁଖ୍ରମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେହିପରି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଲାଗି ଭୋଟ ଭିକ୍ଷା କରୁଛନ୍ତି ବିଜେପିର ଆଗଧାଡ଼ିର ନେତା । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ସହ ଲେଖାଶ୍ରୀ ସାମନ୍ତସିଂହାର, ପ୍ରଭାତୀ ପରିଡ଼ା ପ୍ରମୁଖ ରାଲି କରିଛନ୍ତି । ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ କରୋନାରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ପାଇଁ ଦଳୀୟ ନେତା ପ୍ରଚାର ମଙ୍ଗ ସମ୍ଭାଳିଛନ୍ତି ।

Leave A Reply

Your email address will not be published.