Latest Odisha News

ନୀତିଶଙ୍କ ବିସ୍ଫୋରକ ବ୍ୟାଟିଂ,ହାଇଦ୍ରାବାଦ ସମ୍ମୁଖରେ ୧୮୮ ରନର ଟାର୍ଗେଟ

ଚେନ୍ନାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ରବିବାର ନୀତିଶ ରଣାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ କୋଲକାତା ନାଇଟ ରାଇଡର୍ସ ୧୮୮ ରନର ବିଜୟ ଲକ୍ଷ୍ୟ ସନରାଇଜର୍ସ ହାଇଦ୍ରାବାଦ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି କୋଲକତା ୨୦ ଓଭରରେ ୬ ଉଇକେଟ ହରାଇ ୧୮୭ ରନ କରିଥିଲା । ଟସ୍ ଜିତି ହାଇଦ୍ରାବାଦ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା ।

କୋଲକାତା ବ୍ୟାଟିଂ ଆରମ୍ଭ କରି ଶସ୍ତାରେ ଶୁଭମନ ଗିଲ (୧୫)ଙ୍କ ଉଇକେଟ ହରାଇଥିଲା । ଏହା ପରେ ନୀତିଶ ୫୬ ବଲରେ ୯ ଚୌକା ଓ ୧ଛକା ବଳରେ ୮୦ ରନ କରି ଦଳକୁ ସୁବିଧାଜନକ ସ୍ଥିତିରେ ପଂହଚାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାହୁଲ ତ୍ରିପାଠୀ ୫୩ ରନର ଆକର୍ଷଣୀୟ ଇନିଂସ ଖେଳିଥିଲେ । ଶେଷ ଭାଗରେ ଦୀନେଶ କାର୍ତିକ ୯ ବଲରୁ ୨୨(ନଟଆଉଟ) ଦ୍ରୁତ ରନ ସଂଗ୍ରହ କରିବା ଫଳରେ କୋଲକାତା ବଡ ସ୍କୋର କରିପାରିଥିଲା । ହାଇଦ୍ରାବାଦ ପକ୍ଷରୁ ମହମ୍ମଦ ନାବି ଓ ରଶିଦ ଖାଁ ୨ଟି ଲେଖାଁଏ ଉଇକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.