ପୁରୀ: ପିପିଲି ଉପନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର । ପ୍ରାର୍ଥୀଙ୍କ ହାତରେ ଶେଷ ସୁଯୋଗ । ଭୋଟରଙକ୍ ମନ ଜିଣିବାକୁ ଆଜି ଶେଷ ଉଦ୍ୟମ କରିବେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ । ଆଜି ଘମାସାନ ପ୍ରଚାର ଆରମ୍ଭ ହୋଇଛି । ଗାଁ ଗାଁ, ଘର ଘର ବୁଲି ପ୍ରଚାର ଚଳାଇଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ଛୋଟ ଛୋଟ ମହିଳା ସମାବେଶ କରୁଛି ଦଳ । ବିଜେଡିର ହେଭିଓ୍ୱେଟ୍ ନେତା କ୍ୟାମ୍ପେନ୍ ମୈଦାନରେ ରୁଦ୍ରଙ୍କ ପାଇଁ ସମର୍ଥନ ମାଗିଛନ୍ତି ।

ସେପଟେ ବିଜେପି ବି ପ୍ରଚାରକୁ ସରଗରମ କରିଛି । ଆଶ୍ରିତ ପଟ୍ଟନାୟକ ଦଳୀୟ ନେତା ଓ କର୍ମୀଙ୍କ ଗହଣରେ ଭୋଟ୍ ଭିକ୍ଷା କରିଛନ୍ତି । ଆଜି ପ୍ରଚାର ସରୁଥିବାରୁ ଦମ୍ ଲଗାଇ ଦେଇଛନ୍ତି ବିଜେପି । ପୂର୍ବରୁ ଆଶ୍ରିତଙ୍କ ପାଇଁ ଭୋଟ୍ ମାଗିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ବହୁ ହେଭିଓ୍ୱେଟ୍ ନେତା । ବିଜୟ ନେଇ ଆଶାବାଦୀ ଅଛନ୍ତି ଆଶ୍ରିତ ।
କଂଗ୍ରେସ ବି ପିପିଲି ଲଢ଼େଇର ଦମ୍ ଲଗେଇ ଦେଇଛି । କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ନିଜ ସମର୍ଥକଙ୍କ ଗହଣରେ ପ୍ରଚାର ଚଳାଇଛନ୍ତି । ଶେଷ ଦିନରେ ଡୋର୍ ଟୁ ଡୋର୍ ଓ ଗାଁ ଗାଁରେ ବୁଲି ଜନ ସମର୍ଥନ ମାଗିଛନ୍ତି । କଂଗ୍ରେସର ବହୁ ବରିଷ୍ଠ ନେତା ବି ବିଶ୍ୱକେଶନଙ୍କ ପାଇଁ ଭୋଟ୍ ମାଗିଛନ୍ତି ।
ଆସନ୍ତା ୩୦ ତାରିଖ ଦିନ ପିପିଲି ଉପନିର୍ବାଚନ ପାଇଁ ମତଦାନ । ସକାଳ ୭ଟାରୁ ଆରମ୍ଭ ହେବ ଭୋଟ୍ ଗ୍ରହଣ । ସକାଳ ସାଢ଼େ ୫ଟାରୁ ଆରମ୍ଭ ହେବ ମକପୋଲ୍ । ଉପନିର୍ବାଚନ ପାଇଁ ୩୪୮ ବୁଥ୍ ବ୍ୟବସ୍ଥା କରାଯାଇଛି । ୨ଲକ୍ଷ ୨୯ହଜାର ୯୯୮ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ୧୦ ଜଣ ପ୍ରାର୍ଥୀ ସେମାନଙ୍କର ଭାଗ୍ୟ ପରୀକ୍ଷା କରାଇବେ । ଅକ୍ଟୋବର ୩ ତାରିଖରେ ଭୋଟ୍ ଗଣତି ପରେ ପ୍ରକାଶ ପାଇବ ରେଜଲ୍ଟ ।
BREAKING NEWS
- ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓଙ୍କ ଘରେ EOW ରେଡ୍
- Shah challenge Rahul: ସଂସଦରେ ମୁହାଁମୁହିଁ ହୁଅ ରାହୁଲ! ଅମିତ ଶାହଙ୍କ ଖୋଲା ଚ୍ୟାଲେଞ୍ଜ, ‘ଜବାବ ସହି ପାରିବନି କଂଗ୍ରେସ’!
- ଲସ୍ ଆଞ୍ଜେଲସ୍ ମେୟର୍ ନିର୍ବାଚନ ଜିତିଲେ ଭାରତୀୟ ବଂଶୋଦ୍ଭବ ନିତ୍ୟା ରାମନ୍
- ଦିଲ୍ଲୀ-NCRରେ ବାୟୁ ପ୍ରଦୂଷଣ ସ୍ଥିତି ସାଂଘାତିକ: ୯ଟି ଅଞ୍ଚଳରେ ବାୟୁ ଗୁଣବତ୍ତା ମାନ ୪୦୦ ପାର୍
- ଦାର୍ଲିପାଲିରେ ତୁମୁଳକାଣ୍ଡ: ରାଇଜ୍ ଅଫିସ୍ରେ ପଶି ଗୁଳିମାଡ଼, ଜଣେ ମୃତ
- ବଙ୍ଗୋପସାଗରରେ ପୁଣି ବାତ୍ୟା ଭୟ! ମାଡ଼ି ଆସୁଛି ଆଉ ଏକ ସିଷ୍ଟମ୍, ୧୩ରେ ଲଘୁଚାପ
- ବିଳମ୍ବିତ ରାତିରେ ଭିଡ଼ ଭିତରେ ମାଡ଼ିଗଲା ଟ୍ରକ୍: ୭ ମୃତ, ୨ ଗୁରୁତର
- ଭାରତକୁ ଆଉ ଏକ ବଡ଼ ସଫଳତା: DRDO ପକ୍ଷରୁ କ୍ଷେପଣାସ୍ତ୍ର ‘ପ୍ରଳୟ’ର ସଫଳ ପରୀକ୍ଷଣ
- ରାଜ୍ୟ ସିନିୟର ମହିଳା ଫିଡେ ରେଟେଡ୍ ଚେସ୍ ଚାମ୍ପିଅନସିପ ଉଦଯାପିତ; ସ୍ମାରକୀ ମହାନ୍ତି ଚାମ୍ପିଅନ
- ପେଣ୍ଟାଗନ୍ ପ୍ରମୁଖ ପିଟ୍ ହେଗସେଥଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚା: ପରାମର୍ଶଦାତାଙ୍କ ସହ କଥା ହେଉଛନ୍ତି ଟ୍ରମ୍ପ
Comments are closed.