ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର । ଏବେ ସେ ଭେଣ୍ଟିଲେଟରରେ ଅଛନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚାଲିଛି ଚିକିତ୍ସା ।
ପ୍ରଦୀପ ମହାରଥୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି ଡାକ୍ତରୀ ଟିମ୍ । ତାଙ୍କୁ ୪୮ ଘଣ୍ଟା ପାଇଁ ଅବଜରଭେସନରେ ରଖାଯାଇଛି ।
ନିକଟରେ ପ୍ରଦୀପ ମହାରଥୀ କରୋନା ସଂକ୍ରମିତ ହୋଇଥିଲେ । ଏହାପରେ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ତାଙ୍କର ସ୍ୱାସ୍ଥ୍ୟାବସ୍ଥ ଗୁରୁତର ଥିବା ଖବର ଶୁଣିବା ପରେ ସମର୍ଥନ ଓ ଶୁଭେଚ୍ଛୁ ଦ୍ରୁତ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
Comments are closed.