ଭୁବନେଶ୍ୱର: ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ମିଳିଲା ବଡ଼ ଦାୟିତ୍ବ। ପୀତାମ୍ବରଙ୍କୁ ଆଡଭୋକେଟ ଜେନେରାଲ ଭାବେ ହେଲେ ନିଯୁକ୍ତି। ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି ଦେଲେ ରାଜ୍ୟ ସରକାର। ଆଇନ ବିଭାଗ ଦ୍ୱାରା ଏହି ବିଜ୍ଞପ୍ତି ଜାରି କରାଯାଇଛି।
ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ହେଉଛନ୍ତି ପୀତାମ୍ବର ଆଚାର୍ଯ୍ୟ। ଆଇନ୍ କ୍ଷେତ୍ରରେ ତାଙ୍କ ଦୀର୍ଘ ଦିନର ଅଭିଜ୍ଞତା ରହିଛି। ଭାରତର ସମ୍ବିଧାନ ଧାରା ୧୬୫, ଖଣ୍ଡ (୧) ଅନୁଯାୟୀ, ଓଡ଼ିଶା ରାଜ୍ୟପାଳ ରଘୁବର ଦାସ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଡଭୋକେଟ୍ ପୀତାମ୍ବର ଆଚାର୍ଯ୍ୟଙ୍କୁ ରାଜ୍ୟର ଆଡଭୋକେଟ୍ ଜେନେରାଲ୍ ଭାବରେ ନିଯୁକ୍ତି ଦେଇଛନ୍ତି।
Comments are closed.