Latest Odisha News

BREAKING NEWS

Pitavas Murder Case: ପୀତବାସ ପଣ୍ଡା ହତ୍ୟା ମାମଲା: ୪ ଅଭିଯୁକ୍ତଙ୍କୁ ପୁଣି ରିମାଣ୍ଡରେ ନେଲା ପୋଲିସ

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୁଣି ୪ଜଣଙ୍କୁ ରିମାଣ୍ଡରେ ନେଲା ପୋଲିସ । କୁରୁପତି ଭୂୟାଁ, ଚିଣ୍ଟୁ ପ୍ରଧାନ, ଉମା ବିଷୋୟୀ ଓ ଯୋଗୀ ରାଉତଙ୍କୁ ପୋଲିସ ୨ ଦିନିଆ ରିମାଣ୍ଡରେ ନେଇ ଜେରା କରୁଛି ।

ବୈଦ୍ୟନାଥପୁର ଥାନାରେ ଏସପି ସର୍ବଣା ବିବେକ ଏମ ଦୀର୍ଘ ସମୟ ଧରି ସମସ୍ତ ଅଭିଯୁକ୍ତଙ୍କୁ ମୁହାଁମୁହିଁ ଜେରା କରୁଥିବା ସୂଚନା ମିଳିଛି। ସୂଚନା ଥାଉକି ଅକ୍ଟୋବର ୬ ତାରିଖରେ ପୀତବାସ ପଣ୍ଡାଙ୍କୁ ବୈକୁଣ୍ଠନଗର ଛକରେ ଗୁଳି କରି ହତ୍ୟା କରିଥିଲେ ଦୁର୍ବୃତ୍ତ । ସଂପୃକ୍ତ ମାମଲାରେ ପୋଲିସ ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ସହ ୧୬ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

Comments are closed.