Latest Odisha News

BREAKING NEWS

ରିଲିଜ୍ ହେଉ ହେଉ ଫିଲ୍ମ ‘ଆଦିପୁରୁଷ’କୁ ନେଇ ବିବାଦ: ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାଖଲ

ନୂଆଦିଲ୍ଲୀ: ‘ରାମାୟଣ’ କାହାଣୀ ଆଧାରିତ ଫିଲ୍ମ ‘ଆଦିପୁରୁଷ’ ଶୁକ୍ରବାର ରିଲିଜ ହୋଇଛି । ଏହି ଫିଲ୍ମ ରିଲିଜ୍ ହେଉ ହେଉ ଦେଖାଦେଇଛି ବିବାଦ । ଫିଲ୍ମରେ ରାମାୟଣ ଓ ପ୍ରଭୁ ରାମଙ୍କୁ ଅପମାନିତ କରାଯାଇଥିବା ଅଭିଯୋଗ ହୋଇଛିା ଏହା ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଛି । ଫିଲ୍ମ ଉପରେ ପ୍ରତିବନ୍ଧକ ତଥା ବ୍ୟାନ୍ କରାଯିବାକୁ ଦାବି ହୋଇଛି ।

ଏହି ପିଟିସନ ହିନ୍ଦୁ ସେନା ସଂଗଠନ ଦ୍ୱାରା ଦାଖଲ କରାଯାଇଛି । ପିଟିସନରେ କୁହାଯାଇଛି ଯେ, ଏହି ଫିଲ୍ମରେ ଭାରତୀୟ ସଂସ୍କୃତିକୁ ଅପମାନିତ କରାଯାଇଛି । ହିନ୍ଦୁ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଛନ୍ତି ଯେ, ଫିଲ୍ମକୁ ଦିଆଯାଇଥିବା ସେନସର ସାର୍ଟିଫିକେଟ ବାତିଲ କରିବା ପାଇଁ ସେ ଦାବି କରିଛନ୍ତି । ପ୍ରଭୁ ରାମ, ସୀତା, ହନୁମାନ ଏବଂ ରାବଣ ସହିତ ଜଡିତ ଆପତ୍ତିଜନକ ଦୃଶ୍ୟକୁ ହଟାଇବାକୁ ମଧ୍ୟ ଆବେଦନ କରାଯାଇଥିବା ସେ କହିଛନ୍ତି ।

ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଏହି ଫିଲ୍ମଟି ହିନ୍ଦୀ ବ୍ୟତୀତ ତେଲୁଗୁ,ମାଲାୟାଲମ୍ , ତାମିଲ, ଏବଂ କନ୍ନଡ ଭାଷାରେ ରିଲିଜ୍ ହୋଇଛି । ଏହି ଫିଲ୍ମଟି ହାଇବଜେଟ୍‌ରେ ନିର୍ମିତ ହୋଇଛି । ଏହାର ଟ୍ରେଲର ଓ ଗୀତକୁ ଦର୍ଶକ ଖୁବ୍ ପସନ୍ଦ କରିଥିବାରୁ ଫିଲ୍ମଟି ଭଲ ବ୍ୟବସାୟ କରିବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି । ଏଥିରେ ରାବଣ ଭୂମିକାରେ ଶୈପ ଅଲ୍ଲୀ ଖାନ୍‌ଙ୍କୁ ଦେଖିବାକୁ ମିଳିଛିି ।

Comments are closed.