Latest Odisha News

BREAKING NEWS

ମହିଳା ତିଆରି କଲେ ମହଙ୍ଗା ପିଜା: ମୂଲ୍ୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନ୍ୟୁୟର୍କ: ସ୍କୁଲ ପିଲାଙ୍କଠାରୁ ଆରମ୍ଭ କରି କଲେଜ ଛାତଛାତ୍ରୀଙ୍କର ପିଜା ହେଉଛି ପ୍ରଥମ ପସନ୍ଦ ଖାଦ୍ୟ । ଏହି ପିଜାର ମୂଲ୍ୟ ବି ବହୁତ ମହଙ୍ଗା ନୁହେଁ । କିନ୍ତୁ ଆମେରିକାର ଜଣେ ମହିଳା ଏବେ ଏତେ ମହଙ୍ଗା ପିଜା ତିଆରି କରିଛନ୍ତି ଯେ, ତାହାର ମୂଲ୍ୟ ଜାଣିଲେ ଖାଇବା ତ ଦୂରର କଥା ଭାବିହେବ ନାହିଁ ।

ଲସ୍ ଆଞ୍ଜେଲସ୍ ବାସିନ୍ଦା ବ୍ରୁକ୍ ବାଭସ୍କି । ସେ ଜଣେ ରୋଷେୟା ଭାବେ ବେଶ୍ ପରିଚିତ । ଖାସ୍ କରି ସେ ସେଲିବ୍ରିଟି ଓ ବହୁତ ଧନୀ ବ୍ୟକ୍ତିଙ୍କ ପାଇଁ ଡିସ୍ ପ୍ରସ୍ତୁତ କରିଥାନ୍ତି । ଏବେ ସେ ପ୍ରସ୍ତୁତ କରିଥିବା ଏକ ଡ଼ିସ୍ ବେଶ୍ ଚର୍ଚ୍ଚାରେ ରହିଛି । ଡ଼ିସ୍‌ଟି ହେଲା ପିଜା । ଆପଣ ଏହି ପିଜାର ମୂଲ୍ୟ ଜାଣିଲେ ଚକିତ ହୋଇଯିବେ । ଏତେ ମହଙ୍ଗା ପିଜା ବିଷୟରେ କଦାପି ଶୁଣି ନ ଥିବେ । ବ୍ରୁକି ଏହି ପିଜା ପ୍ରସ୍ତୁତ ସମୟର ଏକ ଭିଡିଓ କରି ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।

ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ସେ ଏକ ପିଜା ତିଆରି କରିବାକୁ ଯାଉଛନ୍ତି ବୋଲି କହୁଛନ୍ତି । ପରେ ପିଜା ପାଇଁ ସେ ବହୁତ ମହଙ୍ଗା ଉପାଦାନ ନେଇଥିଲେ, ଯାହାର ମୂଲ୍ୟ ବହୁତ ଅଧିକ ଥିଲା । ପିଜାରେ ସେ ସାଧାରଣ ପାଣି ବ୍ୟବହାର କରି ନ ଥିଲେ । କିନ୍ତୁ ଯେଉଁ ପାଣି ବ୍ୟବହାର କରିଥିଲେ ସେହି ବୋତଲ ପିଛା ୨୪୦୦ ଟଙ୍କା ମୂଲ୍ୟରେ ୨ଟି ବୋତଲ ପାଣି କିଣିଥିଲେ । ସେ ପିଜା ଉପରେ ସୁନା ଫ୍ଲେକ୍ ଲଗାଇଲେ । ତେଣୁ ଏହି ପିଜାର ମୂଲ୍ୟ ୧.୬ ଲକ୍ଷ ଟଙ୍କା ରହିଛି । ବ୍ରୁକି କହିଛନ୍ତି ଯେ, ତାଙ୍କ ଗ୍ରାହକ ତାଙ୍କୁ ମହଙ୍ଗା ପିଜା ତିଆରି କରିବାକୁ ସ୍ୱତନ୍ତ୍ର ଅନୁରୋଧ କରିଛନ୍ତି । ସେଥିପାଇଁ ସେ ଏପରି ମହଙ୍ଗା ପିଜା ପ୍ରସ୍ତୁତ କରିଥିଲେ ।

ଏହି ଭିଡ଼ିଓ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଜଣେ ମହିଳା କହିଛନ୍ତି ଯେ, ସେଠାକୁ ଯାଇ ପିଜା ଖାଇଲେ ସ୍ୱାଦ୍ୟ ଠିକ୍ ଭାବେ ଜଣାପଡ଼ିବ । ଆଉ ଜଣେ କହିଛନ୍ତି,ଦୁନିଆରେ ବହୁ ସଂଖ୍ୟକ ପିଲା ଅନାହାରରେ ମରୁଛନ୍ତି । ଲୋକମାନେ ଏପରି ମହଙ୍ଗା ଖାଦ୍ୟ ତିଆରି ନ କରି ଗରିବ ପିଲାଙ୍କୁ ଦାନ କଲେ ଠିକ୍ ହେବ । ଆଉ ଜଣେ ପଚାରିଛନ୍ତି, ସେଠାରେ ପାଣି ଏତେ ମହଙ୍ଗା କାହିଁକି ?

Leave A Reply

Your email address will not be published.