Latest Odisha News

BREAKING NEWS

ମହିଳାଙ୍କ ହୃଦୟଥରା ଜୀବନ ସଂଘର୍ଷ: ୩ ବର୍ଷ ବୟସରୁ ବାପା-ଭାଇ କଲେ ବଳାତ୍କାର; ୫୦ ବର୍ଷ ପରେ ମିଳିଲା ସଜା

ଲଣ୍ଡନ: ଛୋଟ ଝିଅଟିଏ ନିଜର ସୁରକ୍ଷା ସମ୍ପର୍କରେ ଯେତେବେଳେ ଅଜ୍ଞ ଥିଲା ସେତେବେଳେ ତା ଜୀବନ ଅସୁରକ୍ଷିତ ହୋଇପଡିଥିଲା । ସେ ଭରସା କରିଥିଲା ତାର ବାପା ଆଉ ଭାଇ ଉପରେ । ହେଲେ ସେହିମାନେ ହିଁ ତା ପାଇଁ ପାଲଟି ଯାଇଥିଲେ ରାକ୍ଷସ । ସାଢେ ତିନି ବର୍ଷ ବୟସରୁ ତାଙ୍କୁ ଦେଉଥିଲେ ନିର୍ଯାତନା । ହେଲେ ସେ କିଛି ବୁଝି ପାରୁ ନ ଥିଲା ।  ଆଉ ୫୦ ବର୍ଷ ପରେ ସେ ଏହାକୁ ବୁଝି ପାରିଥିଲା । କୋର୍ଟର ଆଶ୍ରୟ ନେଇଥିଲା । ଏବେ ବାପା-ଭାଇଙ୍କୁ ମିଳିଛି  ଜେଲଦଣ୍ଡ । ଏମିତି ଏକ ଦୃଦୟ ଥରା ଘଟଣା ଘଟିଛି ଲଣ୍ଡନରେ ।

ଲଣ୍ଡନ ସାଉଥ ୟାର୍କଶାୟରରେ ରୁହନ୍ତି ୫୪ ବର୍ଷୀୟ ସାରା ସାଇଡବାଟମ । ସେ ତାଙ୍କର ବାପା ୱିଲିୟମ ବାଡିଚ (୭୩) ଏବଂ ଭାଇ ଆର୍ଥର ଷ୍ଟିଫନ (୫୮)ଙ୍କ ବିରୋଧରେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ତାଙ୍କ ଅଭିଯୋଗର ଶୁଣାଣି କରି ଉଭୟ ବାପ-ପୁଅଙ୍କୁ ୨୧ ଓ ୧୨  ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି ।

ସାରାଙ୍କ ଜୀବନ ସଂଘର୍ଷର କାହାଣୀ ଯେତିକି ଦୁଃଖଦ ସେତିକି ସଂଘର୍ଷପୂର୍ଣ୍ଣ । ତାଙ୍କୁ ଯେତେବେଳେ ସାଢେ ତିନି ବର୍ଷ ସେତେବେଳେ ସେ ତାଙ୍କ ବାପାଙ୍କ ଦ୍ୱାରା ବଳାତ୍କାରର ଶିକାର ହୋଇଥିଲେ । ଏହାଦ୍ୱାରା ଶରୀର ଆଭ୍ୟନ୍ତରୀଣ ଅଂଶରେ ଗଭୀର ଆଘାତ ଲାଗିଥିଲା । ଏପରିକି ଅସ୍ତ୍ରୋପଚାର କରିବାକୁ ପଡିଥିଲା । ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ସେ ସମୟର ମେଡିକାଲ ନୋଟସ ଆଜି ୫୦ ବର୍ଷ ପରେ ବାପ-ପୁଅକୁ ଦଣ୍ଡ ଦେବାରେ ସାହାଯ୍ୟ କରିଥିଲା ।

ଡେଲି ମେଲରେ ପ୍ରକାଶିତ ଖବର ଅନୁଯାୟୀ, ମହିଳାଜଣକ କହିଥିଲେ, ୨୦୨୧ ପର୍ଯ୍ୟନ୍ତ ତାଙ୍କୁ ଏହି ଅସ୍ତ୍ରୋପଚାର ସମ୍ପର୍କରେ ସେ ଜାଣି ନ ଥିଲି । କିନ୍ତି ଯେତେବେଳେ ମେଡିକାଲ ରିପୋର୍ଟ ଦେଖିଲି ଖୁବ ଡରି ଯାଇଥିଲି । ଏଥିସହିତ ଦୋଷୀଙ୍କୁ ଦଣ୍ଡ ଦେବାକୁ ନିଷ୍ପତ୍ତି ନେଇଥିଲି । ବାପାଙ୍କ ବିରୋଧ ଅଭିଯୋଗ ଆଣିବା ପାଇଁ ଶକ୍ତ ପ୍ରମାଣ ଦରକାର ଥିଲା । ଯାହା ବି ହେଉ, ପାଖାପାଖି ୫୦ ବର୍ଷ ପରେ ମୁଁ ମୋର ଯନ୍ତ୍ରଣା ବିରୋଧରେ ସ୍ୱର ଉଠାଇଲି ।

ସାରା ଏକଥା ମଧ୍ୟ କହିଛନ୍ତି, ସେ ସମୟର ଘଟଣା ତାଙ୍କର ମନେ ଅଛି । ‘ତାଙ୍କୁ ସାଢେ ତିନି ବର୍ଷ ହୋଇଥିଲା । ବାପା ତାଙ୍କୁ ବିଛଣା ଉପରକୁ ନେଇ ଯାଆନ୍ତି ।  ବିଛଣାରେ ଶୁଆଇ ଦିଅନ୍ତି ଏବଂ ବଳାତ୍କାର କରନ୍ତି । ସେ ଆହୁରି କହିଛନ୍ତି, କାଳେ ମୁଁ ଚିତ୍କାର କରିବି ସେଥିପାଇଁ ସେ ତାଙ୍କର ହାତରେ ମୋର ମୁହଁକୁ ବନ୍ଦ କରି ରଖିଥାନ୍ତି।’

ଏହି ଘଟଣାରେ ସେ ଏତେ ମାତ୍ରାରେ ଅସୁସ୍ଥ ହୋଇପଡିଥିଲେ ଯେ, ୪ର୍ଥ ଜନ୍ମଦିନରେ ତାଙ୍କର ଡାକ୍ତରଖାନାରେ ଅପରେଶନ କରାଯାଇଥିଲା । ତାଙ୍କ ବାପା ଡାକ୍ତରଙ୍କୁ କହିଥିଲେ, ସେ  ସାଇକେଲର ହାଣ୍ଡେଲ ଉପରେ ପଡି ଯାଇଥିବାରୁ ଏପରି ଆଘାତ ହୋଇଛି ।

ଏହି ଘଟଣା ପରେ ବାପା ତାଙ୍କୁ ୨ ବର୍ଷ ଛାଡି ଦେଇଥିଲେ । ତାଙ୍କୁ ଯେତେବେଳେ ୬ ବର୍ଷ ହେଲା ପୁଣି ବାପା ତାଙ୍କର ନାରକୀୟ କାମ ଆରମ୍ଭ କରିଦେଲେ । ସାରା କହନ୍ତି, ଯେତେବେଳେ ମୋ ମା’ ବାହାରକୁ ଯାଆନ୍ତି, ତାର ଫାଇଦା ଉଠାଇ ବାପା ମାରପିଟ ଓ ବଳାତ୍କାର କରନ୍ତି ।

ସେ ଯେତେବେଳେ ୧୦ ବର୍ଷ ବୟସର ଥିଲେ, ବାପା ତାଙ୍କୁ ବେଡ ରୁମକୁ ଡାକିଥିଲେ । ହେଲେ ସେ ମନା କରିବାରୁ ତାଙ୍କ ଚୁଟିକୁ ଭିଡି ଗୋଇଠା ମାରି ସୋଫାରୁ ଘୋଷାରି ବେଡରୁମକୁ ନେଇଥିଲେ । ବିଛଣାରେ ମୁଁ ତାଙ୍କୁ ନେହୁରା ହେଉଥିଲି ମୋତେ ମାରିଦେବା ପାଇଁ । କାରଣ କଷ୍ଟ ଆଉ ସହି ହେଉ ନ ଥିଲା । ଏପରିକି ୧୦ବର୍ଷ ବୟସରେ ବି ସେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ବୋଲି ଲୁହ ଛଳଛଳ ଆଖିରେ କହିଥିଲେ ।

ଏହାପରେ ଯେତେବେଳେ ସେ ଏହାର ବିରୋଧ କରନ୍ତି ବାପା ତାଙ୍କୁ ବନ୍ଧୁକ ଦେଖାଇ ତାଙ୍କୁ  ଓ ତାଙ୍କ ମା‘ଙ୍କୁ ମାରିଦେବାକୁ ଧମକ ଦେଇଥାନ୍ତି ବୋଲି କହିଛନ୍ତି ସାରା । ୧୩ ବର୍ଷ ବୟସରେ ବାପା-ମା’ ଅଲଗା ହୋଇଗଲେ । ସାରା କହିଥିଲେ, ‘ସେତେବେଳେ ମୁଁ ଭାବିଥିଲି ଏ ଯନ୍ତ୍ରଣାରୁ ଏଣିକି ମୁକ୍ତି ପାଇବି ବୋଲି । କିନ୍ତୁ ଏହା ମୋର ଭ୍ରମ ଥିଲା । କାରଣ ମା’ଙ୍କ ସହ ଥିଲା ଭାଇ ଷ୍ଟିଫନ । ସେତେବେଳ ତାକୁ ୧୭ ବର୍ଷ । ଷ୍ଟିଫେନ ତାଙ୍କୁ   ବଳାତ୍କାର କଲା ଏବଂ ଏହା ଅତ୍ୟନ୍ତ ଭୟାନକ ଥିଲା ।

ସବୁ କଷ୍ଟକୁ ନିଜ ଭିତରେ ଲୁଚାଇ ରଖିଥିଲେ ସାରା । ହେଲେ ୨୦୧୯ରେ ତାଙ୍କ ସ୍ୱାମୀ ତାଙ୍କୁ ସାହସ ଦେଲେ ଏହା ବିରୋଧରେ ଉତ୍ତୋଳନ କରିବାକୁ । ତାପରେ ସେ ପୋଲିସରେ ଅଭିଯୋଗ କରିଥିଲେ । ସେତେବେଳେ ପୂର୍ବର ସେ ମେଡିକାଲ ରିପୋର୍ଟ ବାପା-ଭାଇଙ୍କୁ ଦଣ୍ଡ ଦେବାରେ ସାହାଯ୍ୟ କରିଥିଲା । ୨୦୨୨ରେ ସ୍ୱାନସୀ କ୍ରାଉନ କୋର୍ଟ ତାଙ୍କ ବାପାଙ୍କୁ ୨୧ ବର୍ଷ ଜେଲ ଦଣ୍ଡ ଶୁଣାଇଛ୍ତି । ଏଥି ସହିତ ଭାଇକୁ ୧୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ।

 

Leave A Reply

Your email address will not be published.