Latest Odisha News

BREAKING NEWS

ଆଇପିଏଲ ନିମନ୍ତେ ରିଷଭ ପନ୍ତଙ୍କୁ ମିଳି ନାହିଁ ଫିଟନେସ କ୍ଲିୟରାନ୍ସ: ରିପୋର୍ଟ

ନୂଆଦିଲ୍ଲୀ: ରିଷଭ ପନ୍ତଙ୍କ ଆଇପିଏଲ ଏବଂ ଟି୨୦ ବିଶ୍ୱକପ ଖେଳିବା ନେଇ ସଂଶୟ ସୃଷ୍ଟି ହୋଇଛି । ରିପୋର୍ଟ ମୁତାବକ ପନ୍ତଙ୍କୁ ଆଇପିଏଲ ୨୦୨୪ ଖେଳିବା ପାଇଁ ଫିଟନେସ କ୍ଲିୟରାନ୍ସ ସାର୍ଟିଫିକେଟ ଏନସିଏରୁ ମିଳି ନାହିଁ । ଅବଶ୍ୟ ବିସିସିଆଇ କିମ୍ବା ଟିମ ମ୍ୟାନେଜମେଂଟ ପକ୍ଷରୁ କୌଣସି ବୟାନ ଜାରୀ କରାଯାଇ ନାହିଁ । ଏନସିଏ ବିଶେଷଜ୍ଞ ପନ୍ତ ମ୍ୟାଚ ପାଇଁ ସମ୍ପୂର୍ଣ୍ଣ ଫିଟ ନାହାନ୍ତି ବୋଲି କହିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଜାରୀ ସ୍କ୍ୱାଡ ପକ୍ଷରୁ ପନ୍ତଙ୍କ ନାମ ମଧ୍ୟ ନାହିଁ । ଟିମ ମ୍ୟାନେଜେମଂଟ ବିସିସିଆଇକୁ ଅନୁରୋଧ କରି ଅତିରିକ୍ତ ଖେଳାଳି ଭାବେ ତାଙ୍କୁ ଦଳରେ ରଖିବାକୁ ଚାହୁଁଛନ୍ତି । ଦିଲ୍ଲୀର କ୍ରିକେଟ ଡାଇରେକ୍ଟର ସୌରଭ ଗାଙ୍ଗୁଲି ମଧ୍ୟ ମାର୍ଚ୍ଚ ୫ ସୁଦ୍ଧା ସ୍ଥିତି ସ୍ପଷ୍ଟ ହେବ ବୋଲି କହିଥିଲେ । ୧୦ ତାରିଖ ହେବା ସୁଦ୍ଧା ପନ୍ତଙ୍କ ସମ୍ପର୍କରେ କୌଣସି ଘୋଷଣା କରାଯାଇ ନାହିଁ ।

ଡିସେମ୍ବର ୨୦୨୨ ସଡକ ଦୁର୍ଘଟଣା ପରଠାରୁ ପନ୍ତ କ୍ରିକେଟଠାରୁ ଦୂରରେ ରହିଛନ୍ତି । ଶେଷ ଥର ପାଇଁ ସେ ବାଂଲାଦେଶ ବିପକ୍ଷରେ ମ୍ୟାଚ ଖେଳିଥିଲେ । ସୂଚନାଯୋଗ୍ୟ, ଆଗାମୀ ଆଇପିଏଲରେ ଦିଲ୍ଲୀ ଟିମ ତାର ପ୍ରଥମ ୨ଟି ଘରୋଇ ମ୍ୟାଚ ବିଶାଖପଟନମରେ ଖେଳିବ ବୋଲି ସ୍ଥିର ହୋଇଛି । ୱିମେନ୍ସ ପ୍ରିମିୟର ଲିଗର ପ୍ଲେଅଫ ସମେତ ୧୧ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବାକୁ ଥିବାରୁ ଏହି ନିଷ୍ପତି ନିଆଯାଇଛି ।

Comments are closed.