Latest Odisha News

ବିମାନ ଦୁର୍ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା, ୧୭୯ ମୃତ ଆଶଙ୍କା

ନୂଆଦିଲ୍ଲୀ: ଦକ୍ଷିଣ କୋରିଆରେ ହୋଇଥିବା ବଡ ବିମାନ ଦୁର୍ଘଟଣାରେ ବଢୁଛି ମୃତକଙ୍କ ସଂଖ୍ୟା । ୧୭୫ଜଣ ଯାତ୍ରୀ ଏବଂ ୬ଜଣ କ୍ରୁ ସଦସ୍ୟଙ୍କୁ ନେଇ ଯାଉଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଯାବତ୍ ୧୭୯ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ସେଥିରୁ ୨ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

ଗଣମାଧ୍ୟମ ରିପୋର୍ଟ ଏହି ବିମାନରେ ୧୭୫ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ସଦସ୍ୟଙ୍କୁ ମିଶାଇ ମୋଟ ୧୮୧ ଜଣ ଥିଲେ । ବିମାନଟି ଥାଇଲ୍ୟାଣ୍ଡରୁ ଫେରୁଥିଲା । ତେବେ ମୁଆନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଲ୍ୟାଣ୍ଡିଂ ବେଳେ ରନଓ୍ୱେରୁ ଏହାର ଖସି ଯାଇ ବିମାନ ବନ୍ଦରର କାନ୍ଥ ସହ ଧକ୍କା ହୋଇଥିଲା । ଏହାପରେ ଏଥିରେ ଭୟଙ୍କର ବିସ୍ଫୋରଣ ଘଟିଥିଲା । ପ୍ରଥମେ ୨୩ଜଣଙ୍କର ମୃତ୍ୟୁ ନେଇ ସୂଚନା ମିଳିଥିବା ବେଳେ ଏବେ ଘଟଣାରେ ମୃତକଙ୍କ ସଂଖ୍ୟା ବଢିଛି । ଘଟଣାସ୍ଥଳରେ ହିଁ ୧୭୯ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ନେଇ କୁହାଯାଉଛି । ଅଗ୍ନିଶମ ବାହିନୀର କହିବା ଅନୁସାରେ, ଦୁର୍ଘଟଣା ପରେ ଲାଗିଥିବା ନିଆଁକୁ ପ୍ରାୟ ଆୟତ୍ତ କରାଯାଇଛି । କିନ୍ତୁ ଉଦ୍ଧାର କାର୍ଯ୍ୟ ଏପର୍ଯ୍ୟନ୍ତ ଜାରି ରହିଛି । ଯାତ୍ରୀମାନଙ୍କୁ ବିମାନର ଭଗ୍ନାବଶେଷରୁ ବାହାରକୁ ଅଣାଯାଉଛି ।

ଦୁର୍ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି, ଭିଡିଓରେ ବିମାନଟି ରନୱେରୁ ଖସି କାନ୍ଥରେ ଧକ୍କା ହେଉଥିବା ଦେଖିବାକୁ ମିଳିଛି। ଧକ୍କା ହେବା ପରେ ବିମାନରେ ଜୋରଦାର ବିସ୍ଫୋରଣ ହୋଇଛି। ଦୁର୍ଘଟଣାର ମାତ୍ର କିଛି ସେକେଣ୍ଡ ମଧ୍ୟରେ ଆକାଶରେ ଭୟଙ୍କର କଳା ଧୂଆଁ ଉଠିଥିଲା। ଭିଡିଓରେ ବିମାନର କିଛି ଅଂଶରେ ନିଆଁ ଲାଗିଥିବା ମଧ୍ୟ ଦେଖିବାକୁ ମିଳିଛି।

Leave A Reply

Your email address will not be published.