Latest Odisha News

ଯାତ୍ରିବାହୀ ବିମାନରେ ଅଗ୍ନିକାଣ୍ଡ, ଉପସ୍ଥିତ ଥିଲେ ଶହେରୁ ଅଧିକ

ନୂଆଦିଲ୍ଲୀ: ଯାତ୍ରିବାହୀ ବିମାନରେ ଅଗ୍ନିକାଣ୍ଡ। ରବିବାର ତୁର୍କୀର ଅନ୍ତଲ୍ୟା ବିମାନବନ୍ଦରରେ ଏପରି ଏକ ଅଘଟଣ ଘଟିଥିବା ଦେଖିବାକୁ ମିଳିଛି। ବିମାନଟି ଅବତରଣ କରିବା ପରେ ନିଆଁ ଲାଗିଯାଇଥିଲା। ଯେଉଁଥିରେ ମୋଟ ୮୯ ଜଣ ଯାତ୍ରୀ ଥିଲେ।

ତୁର୍କୀ ପରିବହନ ମନ୍ତ୍ରଣାଳୟ ଏହାକୁ ନେଇ ସ୍ପଷ୍ଟ କରିଛି। କୁହାଯାଇଛି ଯେ ଆଜିମୁଥ ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ସୁଖୋଇ ସୁପରଜେଟ୍ ୧୦୦ ଯାତ୍ରୀବାହୀ ବିମାନକୁ କର୍ତ୍ତୃପକ୍ଷ ରୁଷିଆର କଳା ସାଗର ରିସୋର୍ଟ ସୋଚିରୁ ନ ଆଣିବା ଯାଏ ବିମାନବନ୍ଦରରେ ସମସ୍ତ ଅବତରଣକୁ ସ୍ଥଗିତ ରଖାଯାଇଛି। ବିମାନରେ ଥିବା ସମସ୍ତ ୮୯ ଜଣ ଯାତ୍ରୀ ଏବଂ କ୍ୟାବିନ୍ କ୍ରୁର ସମସ୍ତ ୬ ଜଣ ସଦସ୍ୟଙ୍କୁ ବିମାନରୁ ସୁରକ୍ଷିତ ଭାବେ ବାହାର କରାଯାଇଛି।

ଏୟାରପୋର୍ଟ ହେବର ଦ୍ୱାରା ଏକ୍ସରେ ସେୟାର କରାଯାଇଥିବା ଏହି ଘଟଣାର ଏକ ଭିଡିଓରେ ଦେଖିବାକୁ ମିଳିଛି । ଯେଉଁଥିରେ ଅଗ୍ନିକାଣ୍ଡ ସ୍ଥଳରେ ଜରୁରୀକାଳୀନ ୟୁନିଟ୍ ନିଆଁ ଲିଭାଇରେ ନିୟୋଜିତ ଅଛନ୍ତି। ଅନ୍ୟପଟେ ବିମାନର ଇଞ୍ଜିନରୁ ଧୂଆଁ ବାହାରୁଛି।

ରୁଷ୍ର ଫେଡେରାଲ ଏଭିଏସନ୍ ଅଥରିଟି ରୋଜାଭିୟାତ୍ସିଆ କହିଛି ଯେ ସେମାନେ ଘଟଣାର ତଦନ୍ତ କରୁଛନ୍ତି। ସୂଚନାଯୋଗ୍ୟ, ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ ଫ୍ଲାଇଟ୍ ରାଡାର୨୪ କହିଛି ଯେ ବିମାନଟି ୭ ବର୍ଷ ପୁରୁଣା।

Comments are closed.