Latest Odisha News

BREAKING NEWS

ଭାରତର ୧୦ ବଡ ବିମାନ ଦୁର୍ଘଟଣା

ନୂଆଦିଲ୍ଲୀ:ସିଡିଏସ ଜେନେରାଲ ବିପିନ ରାୱତ ଏବଂ ଅନ୍ୟମାନଙ୍କୁ ନେଇ ଯାଉଥିବା ଏକ ଏୟାରଫୋର୍ସ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୧୪ଜଣଙ୍କ ମଧ୍ୟରୁ ୧୩ଙ୍କ ମୃତ୍ୟୁ ଘଟି ସାରିଛି । ରାୱତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏହି ବିମାନ ଦୁର୍ଘଟଣା ଅନେକ ପୁରୁଣା ଦୁଃଖଦ ସ୍ମୃତିକୁ ମନେ ପକାଇ ଦେଇଛି । ଆସନ୍ତୁ ଜାଣିବା ଏ ଭଳି ୧୦ଟି ବଡ ବିମାନ ଦୁର୍ଘଟଣା ସମ୍ପର୍କରେ….
୧. ୨୩ ନଭେମ୍ବର ୧୯୬୩ରେ ଜମ୍ମ-କଶ୍ମୀରର ପୁଂଛରେ ଭାରତୀୟ ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଲେଫଟନାଂଟ ଜେନେରାଲ ବିକ୍ରମ ସିଂଙ୍କ ସମେତ ୬ ବରିଷ୍ଠ ଅଧିକାରୀଙ୍କ ଜୀବନ ଯାଇଥିଲା ।
୨.୩୧ ମେ ୧୯୭୩ରେ କଂଗ୍ରେସ ନେତା ମୋହନ କୁମାର ମଙ୍ଗଳମ ଦୁର୍ଘଟଣାରେ ପ୍ରାଣ ଯାଇଥିଲା । ସେ ଇଣ୍ଡିଆନ ଏୟାରଲାଇନ୍ସ ୪୪୦ ବିମାନରେ ଯାଉଥିଲେ । ପାର୍କର ପେନ ଯୋଗୁ ତାଙ୍କ ଶରୀର ଚିହ୍ନଟ କରାଯାଇ ପାରିଥିଲା ।
୩. ୨୩ଜୁନ ୧୯୮୦ରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପୁତ୍ର ସଞ୍ଜୟ ଗାନ୍ଧୀଙ୍କ ବିମାନ ଦୁର୍ଘଟଣାରେ ପରଲୋକ ହୋଇଥିଲା । ନୂଆଦିଲ୍ଲୀସ୍ଥିତ ସଫଦରଗଂଜ ବିମାନ ବନ୍ଦର ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ସେ ନିଜେ ତାଙ୍କ ପ୍ରାଇଭେଟ ବିମାନ ଉଡାଉଥିଲେ ।
୪. ୨୦୦୧ରେ ଅରୁଣାଚଳ ପ୍ରଦେଶର ଶିକ୍ଷା ମନ୍ତ୍ରୀ ନଟୁଂଗଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା ।

୫. ୩୦ ସେପ୍ଟେମ୍ବର ୨୦୦୧ରେ ଉତରପ୍ରଦେଶ ମୈନପୁରୀ ଜିଲ୍ଲାରେ କଂଗ୍ରେସ ନେତା ମାଧବରାଓ ସିନ୍ଧିଆଙ୍କ ମୃତ୍ୟୁ ଘଟିଥିଲା । ତାଙ୍କ ସହ ୪ଜଣ ପତ୍ରକାର ମଧ୍ୟ ଥିଲେ । ଖରାପ ପାଗ ଏବଂ ପ୍ରବଳ ବର୍ଷା ଯୋଗୁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
୬. ୩ମାର୍ଚ୍ଚ ୨୦୦୨ରେ ଲୋକସଭା ସ୍ପିକର ତଥା ତେଲୁଗୁ ଦେଶମ ପାର୍ଟିର ନେତା ଜିଏମ ବାଲଯୋଗୀ ଆନ୍ଧ୍ରପ୍ରଦେଶରେ ହେଲିକପ୍ଟର ଦୁର୍ଘଟଣାରେ ଆରପାରିକୁ ଚାଲି ଯାଇଥିଲେ । ଖରାପ ପାଗ ଓ ଆଲୋକ ଯୋଗୁ ପାଇଲଟ ଭୁଲରେ ଏକ ପୋଖରୀ ମଧ୍ୟରେ ଏହାକୁ ଲ୍ୟାଣ୍ଡ କରାଇଥିଲା ।
୭. ସେପ୍ଟେମ୍ବର ୨୦୦୪ରେ କେନ୍ଦ୍ରୀୟ ମନ୍ତ୍ରୀ ଓ ମେଘାଳୟର କମ୍ୟୁନିଟି ଡେଭଲେପମେଂଟ ମନ୍ତ୍ରୀ ସି ସାଙ୍ଗମାଙ୍କ ମୃତ୍ୟୁ ମଧ୍ୟ ବିମାନ ଦୁର୍ଘଟଣାରେ ହୋଇଥିଲା ।
୮. ୩୧ ମାର୍ଚ୍ଚ ୨୦୦୫ରେ ହରିୟାଣା ଶକ୍ତି ମନ୍ତ୍ରୀ ଓପି ଜିନ୍ଦଲଙ୍କ ଜୀବନ ମଧ୍ୟ ବିମାନ ଦୁର୍ଘଟଣାରେ ଯାଇଥିଲା । ବୈଷୟିକ ତ୍ରୁଟି ଯୋଗୁ ଏହି ଦୁର୍ଘଟଣା ହୋଇଥିଲା ।
୯. ୩ ସେପ୍ଟମ୍ବର ୨୦୦୯ରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ ରାଜଶେଖର ରେଡ୍ଡୀଙ୍କ ବିମାନ ଚିତୁର ଜିଲ୍ଲାରେ କ୍ରାଶ ହୋଇଯାଇଥିଲା । ୨୭ ଘଂଟା ପରେ ତାଙ୍କ ଶବ ମିଳିଥିଲା ।
୧୦. ୧୮ ଅଗଷ୍ଟ ୧୯୪୫ରେ ସୁବାସ ବୋଷଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଖବର ପ୍ରକାଶିତ ହୋଇଥିଲା । ତାଙ୍କ ମୃତ୍ୟୁ ହୋଇଥିବା ନେଇ ସନ୍ଦେହ ରହିଥିଲା । ଏବେ ବି ଏହା ରହସ୍ୟାବୃତ ହୋଇ ରହିଛି ।

Leave A Reply

Your email address will not be published.