Latest Odisha News

BREAKING NEWS

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ

କେନ୍ଦୁଝର: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମାଇ ହାତୀର ମୃତ୍ୟୁ । କେନ୍ଦୁଝର ବନଖଣ୍ଡ ସଦର ବନାଞ୍ଚଳ ନରଣପୁର ସେକ୍ସନର ନେକଡ଼ାଘର ଜଙ୍ଗଲରେ ଘଟିଛି ଏହି ଅଘଟଣ । ଆଜି ଭୋରରୁ ୧୮ ଟିକିଆ ହାତୀ ପଲ ନେକଡ଼ାଘର ଜଙ୍ଗଲରେ ବୁଲିଥିଲେ । ସେହି ସମୟରେ ଏକ ମାଈ ହାତୀ ୩୩ କେଭି ତାର ସଂସ୍ପର୍ଶରେ ଆସିଯିବାରୁ ଘଟଣାସ୍ଥଳରେ ହାତୀର ମୃତ୍ୟୁ ହୋଇଛି ।

ଖବର ପାଇ କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚଡ଼ି ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ପୂର୍ବରୁ ୩୩କେଭି ତାର ଖସିଯାଇ ଇଲେକ୍ଟ୍ରି ଖୁଣ୍ଟରେ ଲାଗିଥିଲା । ଖୁଣ୍ଟିର ସଂସ୍ପର୍ଶରେ ଆସିଯିବାରୁ ହାତୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତ ହାତୀର ବୟସ ୧୫ରୁ ୨୦ବର୍ଷ ହେବ ବୋଲି ଡ଼ିଏଫଓ ସୂଚନା ଦେଇଛନ୍ତି । ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ଅବହେଳା ଯୋଗୁଁ ହାତୀର ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.