Latest Odisha News

BREAKING NEWS

ଏୟାରପୋର୍ଟ ନ ଥିଲା, ହେଲେ ଅଣ୍ଡରପାସ୍ ତଳେ ଲାଗିଥିଲା ବିମାନ

ହାଇଦ୍ରାବାଦ: ଅଣ୍ଡରପାସ ତଳେ ଲାଗିଥିଲା ବିମାନ । ହେଲେ ବିଳମ୍ବିତ ରାତିରେ ଏ ବିମାନ ବ୍ରିଜ ତଳକୁ କେମିତି ଆସିଲା ? ସମସ୍ତଙ୍କ ମନରେ ଉତ୍କଣ୍ଠା । ଗଦା  ହୋଇଥିଲେ ଲୋକେ । ହେଲେ ଜଣାପଡ଼ୁ ନ ଥିଲା କ’ଣ ଘଟଣା । ସମୟ ବିତୁଥିଲା, ଭିଡ ବଢୁଥିଲା । ଏ ଥିଲା ଶନିବାର ବିଳମ୍ବିତ ରାତିର ଦୃଶ୍ୟ ।

ହାଇଦ୍ରାବାଦ ବାପଟଲା ଅଞ୍ଚଳର ଲୋକେ ଦେଖିଲେ, କୋରିସାପାଡୁ ଅଣ୍ଡରପାସ ନିକଟରେ ଏକ ବିମାନ ଲାଗିଛି । ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ସମସ୍ତେ । କାରଣ ଏଠି ତ କୌଣସି ବିମାନ ବନ୍ଦର ନ ଥିଲା ! ତେବେ ବିମାନ କେଉଁଠୁ ଆସିଲା ? ସମସ୍ତଙ୍କ ମନରେ ପ୍ରଶ୍ନ । ତା ଛଡା ବିମାନକୁ ଏତେ ପାଖରୁ ଦେଖିବାର ଇଚ୍ଛା ବି ଥିଲା । ଚାହୁଁ ଚାହୁଁ ରୁଣ୍ଡ ହୋଇଗଲେ ଲୋକେ । ତେବେ ଘଟଣା ଥିଲା ଏମିତି ।

ହାଇଦ୍ରାବାଦ ପିସ୍ତା ହାଉସର ମାଲିକ ଏହି ବିମାନଟି କିଣିଥିବା ପୁରୁଣା ବିମାନଟି  ଏକ ଟ୍ରକରେ କୋଚିରୁ ହାଇଦ୍ରାବାଦ ଯାଉଥିଲା । ହେଲେ ଯିବା ସମୟରେ ରାସ୍ତାରେ ଅଣ୍ଡରପାସ ନିକଟରେ ଅଟକି ଯାଇଥିଲା । ହାଇଦ୍ରାବାଦ ବାସିନ୍ଦା ଶିବଶଙ୍କର ଏହି ବିମାନକୁ କିଣିଥିଲେ । ଶିବଶଙ୍କର ପ୍ରସିଦ୍ଧ ରେଷ୍ଟୁରାଣ୍ଟ ଚେନ୍ ପିସ୍ତା ହାଉସ   ମାଲିକ  । ତେବେ ସେ ଏହି ପୁରୁଣା ବିମାନରେ ଏକ ରେଷ୍ଟୁରାଣ୍ଟ ଖୋଲିବାକୁ ଚାହୁଁଥିଲେ ।

ତେଣୁ ଏଇ ପୁରୁଣା ବିମାନଟିକୁ ସେ ଟ୍ରକର ଟ୍ରେଲରରେ ବିମାନଟିକୁ କୋଚିରୁ ହାଇଦ୍ରାବାଦ ଆଣୁଥିଲେ । ବିମାନଟି ଅଣ୍ଡରପାସରେ ଫସି ଯିବାରୁ କିଛି ସମୟ ପାଇଁ ଯାତାୟାତ ବନ୍ଦ ରହିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଣ୍ଡରପାସରୁ ବିମାନ ବାହାରିବା ପାଇଁ ସହାୟତ କରିଥିଲା । କିଛି ଘଣ୍ଟା ପରିଶ୍ରମ ପରେ ବିମାନ ବାହାରିଥିଲା ଏବଂ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା ।

Comments are closed.