Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ କମିଟି ଗଠନରେ ଅନିୟମିତତା ଅଭିଯୋଗ

ନୂଆପଡା : ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ବିଭାଗ ତରଫରୁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ କମିଟି ଗଠନରେ ବ୍ୟାପକ ଅନିୟମିତତା ଅଭିଯୋଗ । ନିଜର ସ୍ୱାର୍ଥ ସାଧନ ପାଇଁ ସରକାରୀ ଅଧିକାରୀ କମିଟି ଗଠନ କରିଥିବା ଅଭିଯୋଗ କରିଛନ୍ତି ଚଚରାଭଟା ଗ୍ରାମବାସୀ । ଖଡ଼ିଆଳ ବ୍ଲକ ଖାସବାହାଲ ପଞ୍ଚାୟତର ଖଇରଭାଡ଼ି ଓ ଚଚରାଭଟା ଦୁଇ ଗାଁକୁ ନେଇ ହେବାକୁ ଥିବା ଏହି କମିଟି ଗଠନରେ କେବଳ ଖଇରଭାଡ଼ି ଗାଁର କିଛି ଲୋକଙ୍କ ସହାୟତାରେ ଗତ ଜୁଲାଇ ୧୦ ତାରିଖ ଦିନ କମିଟି ଗଠନ ହୋଇଥିଲା ।

ଚଚରାଭଟା ଗାଁର କିଛି ଲୋକ ବିରୋଧ କରି  ନୂତନ କମିଟି ଗଠନ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ଅଗଷ୍ଟ ୨୬ ତାରିଖ ଦିନ ଏହାର ତଦନ୍ତ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ହୋଇଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଅଗଷ୍ଟ ୨୬ ରେ ଦୁଇ ଗାଁର ଲୋକଙ୍କ ସହ ଏକ ବୈଠକ ହୋଇ ସେପ୍ଟେମ୍ବର ୧୩ ତାରିଖ ଦିନ ନୂତନ କମିଟି ଗଠନ ହେବାର ନିଷ୍ପତ୍ତି ହୋଇଥିଲା । ପୂର୍ବ ନିଷ୍ପତ୍ତି ଅନୁଯାୟୀ ସେପ୍ଟେମ୍ବର ୧୩ ତାରିଖ ଦିନ ନୂତନ କମିଟି ଗଠନର ବୈଠକ ହୋଇଥଲା  ।

ସେପ୍ଟେମ୍ବର ତେର ତାରିଖରେ ସ୍ଥାନୀୟ ସରପଞ୍ଚଙ୍କ ଅନୁପସ୍ଥିତିରେଏହି କମିଟି ଗଠନ ହୋଇ ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା । ହେଲେ ପଞ୍ଜିକରଣ ପାଇଁ ଅଗଷ୍ଟ ତେର ତାରିଖର ରେଜୁଲେସନ କପି କେମିତି  ଉପଜିଲ୍ଲାପାଳଙ୍କ ପାଖରେ ପହଞ୍ଚିଲା ତାହା ଏବେ ବଡ଼ ପ୍ରଶ୍ନବାଚି ସୃଷ୍ଟି କରିଛି । ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ନୂତନ କମିଟି ଗଠନ ପାଇଁ ଅଭିଯୋଗ କାରୀ ଦାବି କରିଛନ୍ତି । ନହେଲେ ଆଗାମୀ ଦିନରେ ଆଇନର ଆଶ୍ରୟ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବୁ ବୋଲି ଅଭିଯୋଗକାରୀ ଚେତାବନୀ ଦେଇଛନ୍ତି ।

ସେପଟେ ଏବାବଦ ରେ ଜଳବିଭାଜିକା ପ୍ରକଳ୍ପ ନିର୍ଦେଶକ ସର୍ବସମ୍ମତି କ୍ରମେ କମିଟି ଗଠନ ହୋଇଛି, କାଗଜପତ୍ର ରେ ଟିକେ ଭୁଲ ହୋଇଯାଇଥିବା କହିଛନ୍ତି ।

 

Leave A Reply

Your email address will not be published.