Latest Odisha News

BREAKING NEWS

ଦୁଃଖ ଦେଉଛି ପ୍ଲାଣ୍ଟ, ବିଭିନ୍ନ ରୋଗରେ ପୀଡ଼ିତ ହେଉଛନ୍ତି ଗାଁ ଲୋକେ

କାମାକ୍ଷାନଗର : ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ଗାଁ ଲୋକେ । ଦୈନନ୍ଦିନ ଜୀବନରେ ଦୁଃଖ ସାଜିଛି ପ୍ଲାଣ୍ଟର ପ୍ରଦୂଷଣ ମାତ୍ରା । ଜଳ,ଖାଦ୍ୟ , ସ୍ୱାସ୍ଥ୍ୟ ଉପରେ ପଡୁଛି ପ୍ରଭାବ । ଅସ୍ୱାସ୍ଥ୍ୟକର ପରିବେଶକୁ ନେଇ ଅଣ୍ଟା ଭିଡିଛନ୍ତି ଗ୍ରାମବାସୀ । ପ୍ଲାଣ୍ଟ ନାଁରେ ଆଣିଛନ୍ତି  ଅଭିଯୋଗ ।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କାନପୁରା ଗାଁ । ଗାଁରେ ପ୍ରାୟ ୫୦୦ ପରିବାର ବାସ କରନ୍ତି । ଲୋକଙ୍କ ପ୍ରମୁଖ ଜୀବିକା କହିଲେ ଚାଷକାମ । ୨୦୦୭ରେ ଏ.କେ ଦାସ ପ୍ଲାଣ୍ଟ ନିର୍ମାଣ କରିଥିଲା । ପରବର୍ତ୍ତୀ ସମୟରେ ୨୦୧୩ରେ ମିଶ୍ରିଲାଲ ମାଇନ୍ସ ପ୍ରାଇଭେଟ ଲିମିଟେଡ଼ ଦ୍ୱାରା  ଫେରୋ ଏଲୟଜ ପ୍ଲାଣ୍ଟକୁ ହସ୍ତାନ୍ତର କରାଯାଇଥିଲା । ଯେଉଁଠି ଗାଁର ପ୍ରାୟ ୫୦ ଜଣ ଲୋକ ନିଯୁକ୍ତ ହୋଇଥିଲେ । ମାତ୍ର ପ୍ଲାଣ୍ଟର ଧୂଆଁ ଓ ଧୂଳିରେ ଅଞ୍ଚଳ ପ୍ରଦୂଷଣ ହେଉଥିବା ଗ୍ରାମବାସୀ ମାନେ ଅଭିଯୋଗ କରି ଆସୁଥିଲେ । ପ୍ଲାଣ୍ଟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି । ଫଳରେ ଗାଁରେ କ୍ୟାନସର,କିଡନୀ ଓ ଚର୍ମ ରୋଗ ସୃଷ୍ଟି ହେଉଥିବା ସେମାନେ ପ୍ରକାଶ କରିଛନ୍ତି।

ପ୍ଲାଣ୍ଟର ଧୂଆଁ ଯୋଗୁଁ ପରିବେଶ ପ୍ରଦୂଷିତ ହୋଇଥିବା ବେଳେ କାନପୁରା, କନ୍ଧବୋଲ ,ଏକତାଳୀ ଗାଁ ପ୍ରଭାବିତ ହେଉଛି ।  ଅପରପକ୍ଷେ ପ୍ଲାଣ୍ଟ ପ୍ରଦୂଷଣ ଯୋଗଁ ଗାଁ ଲୋକେ ଅସୁସ୍ଥ ହେଉଥିବା ଅଭିଯୋଗ କରିଥିବା ବେଳେ ଏହାକୁ ଅସ୍ୱୀକାର କରିଛି କମ୍ପାନୀ । ଏଥିସହ ସରକାରଙ୍କ ଗାଇଡ଼ ଲାଇନରେ ଚାଲୁଥିବା ସେମାନେ ପ୍ରକାଶ କରିଛନ୍ତି । ଅନ୍ୟପଟେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ କହିଛନ୍ତି, ଯଦି ଗ୍ରାମବାସୀ ମାନେ ସେମିତି କିଛି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେବେ ଏହା ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Leave A Reply

Your email address will not be published.