Latest Odisha News

BREAKING NEWS

ବ୍ରହ୍ମପୁର ଏମକେସିଜି ଓ କ୍ୟାପିଟାଲ ହସ୍ପିଟାଲରେ ହେବ ପ୍ଲାଜମା ବ୍ୟାଙ୍କ

ଭୁବନେଶ୍ୱର: କଟକ ପରେ ଖୁବଶୀଘ୍ର ବ୍ରହ୍ମପୁର ଏମକେସିଜି ଓ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ହେବ ପ୍ଲାଜମା ବ୍ୟାଙ୍କ । ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏସମ୍ପର୍କରେ ଆଜି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ।

ବର୍ତ୍ତମାନ କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଏକମାତ୍ର ପ୍ଲାଜମା ବ୍ୟାଙ୍କ କାମ କରୁଛି । ଗତକାଲି ରାଉରକେଲା ଆଇଜିଏଚରେ ପ୍ଲାଜମା ବ୍ୟାଙ୍କ କାର୍ଯ୍ୟକ୍ଷମ କରିବା ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭୁବନେଶ୍ୱର ସମ୍, କିମସ ଓ କଟକ ଅଶ୍ୱିନୀ ହସ୍ପିଟାଲ ପରେ ଗଞ୍ଜାମ ଜିଲ୍ଲାରେ ପ୍ଲାଜମା ଥେରାପୀ ଆରମ୍ଭ ହୋଇଛି । ଶୀତଳାପଲ୍ଲୀ ସ୍ଥିତ ଟାଟା କୋଭିଡ୍ ହସ୍ପିଟାଲରେ ଆରମ୍ଭ ହୋଇଛି ପ୍ଲାଜମା ଥେରାପୀ । ଏହାପରେ ଗଞ୍ଜାମ ବାସିନ୍ଦା ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ପାଇଁ ଦାବି କରିଥିଲେ ।

ରାଜ୍ୟ ସରକାରଙ୍କ ଏହି ଘୋଷଣା ପରେ ରାଜ୍ୟର ଚାରିଟି ଯାକ ଜୋନରେ କାର୍ଯ୍ୟ କରିବ ପ୍ଲାଜମା ବ୍ୟାଙ୍କ ।

Leave A Reply

Your email address will not be published.