Latest Odisha News

ଜୁଲାଇ ୨୮ ଯାଏଁ କନ୍ଧମାଳରେ ବଢ଼ିଲା ସଟଡାଉନ ଅବଧି

ଫୁଲବାଣୀ: କରୋନା ସଂକ୍ରମଣକୁ ରୋକିବା ପାଇଁ କନ୍ଧମାଳରେ ଜୁଲାଇ ୨୮ ଯାଏଁ ସଟଡାଉନ ଅବଧିକୁ ବୃଦ୍ଧି କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ଗୁରୁବାର ଦିନ ଟ୍ବିଟ୍ କରିଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ୨୯ଟି ନୂଆ କରୋନା ମାମଲା ଚିହ୍ନଟ ହେବା ପରେ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଥିଲା।

ସୂଚନାଯୋଗ୍ୟ, ଜିଲ୍ଲାରେ ଚିହ୍ନଟ ହୋଇଥିବା ୨୯୭ଟି କରୋନା ମାମଲା ମଧ୍ୟରୁ ୯୭ ଟି ସକ୍ରିୟ ମାମଲା ରହିଛି। ସେଥିମଧ୍ୟରୁ ୧୯୯ ଜଣ ସୁସ୍ଥ ହୋଇଛନ୍ତି। ଏହାବ୍ୟତୀତ ଜଣେ ବ୍ୟକ୍ତି ଏହି ରୋଗରେ ପ୍ରାଣ ହରାଇଛନ୍ତି।

Leave A Reply

Your email address will not be published.