Latest Odisha News

BREAKING NEWS

ମାଲକାନଗିରିରେ ପ୍ଲାଜମା ଥେରାପୀ ଆରମ୍ଭ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଏକ କୋଭିଡ ହସ୍ପିଟାଲରେ ବୁଧବାର ଦିନ ତିନି ଜଣ କରୋନା ରୋଗୀଙ୍କ ଚିକିତ୍ସା ସହିତ କନଭଲେସେଣ୍ଟ ପ୍ଲାଜମା ଥେରାପି ଆରମ୍ଭ କରାଯାଇଛି।

ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲ ଏକ ପ୍ଲାଜମା ବ୍ୟାଙ୍କ ଭାବରେ କାର୍ଯ୍ୟ କରିବ, ଯେଉଁଠି କି ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲାଜମା ଯୋଗାଇ ଦିଆଯିବ।

ଏହି ଚିକିତ୍ସାରେ ସଫଳତା ମିଳୁଥିବାରୁ ଓଡିଶା ସରକାର ରାଜ୍ୟରେ ପ୍ଲାଜମା ଥେରାପି ସୁବିଧା ବୃଦ୍ଧି କରୁଥିବା ସୂଚନା ମିଳିଛି।

ତେବେ କଟକସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ, ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ, ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲ, ବୁର୍ଲାସ୍ଥିତ ଭିମସାର ଏବଂ ରାଉରକେଲାର ଇସ୍ପାତ ଜେନେରାଲ ହସ୍ପିଟାଲରେ ଏହି ସେବା ଉପଲବ୍ଧ ରହିଛି।

Leave A Reply

Your email address will not be published.