Latest Odisha News

BREAKING NEWS

ଭେଟେରାନ ଓଡିଆ ସିନେମାଟୋଗ୍ରାଫର ଗାଗାରିନ ମିଶ୍ରଙ୍କ ପରଲୋକ

ମୁମ୍ବାଇ: ଭେଟେରାନ ଓଡିଆ ସିନେମାଟୋଗ୍ରାଫର ଗାଗାରିନ ମିଶ୍ର ହୃଦଘାତରେ ମୁମ୍ବାଇ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲେ।

ସ୍ବର୍ଗତ ମିଶ୍ର ‘ଫୁଲ ଚନ୍ଦନ’ ଏବଂ ‘ନଈ ସେପାରୀ କନକ ଗୋରୀ’ ଭଳି ବ୍ଲକବାଷ୍ଟର ଓଡିଆ ଚଳଚ୍ଚିତ୍ରରେ କାମ କରିଛନ୍ତି। ସେ ‘ନଈ ସେପାରୀ କନକ ଗୋରି’ ଫିଲ୍ମ ପାଇଁ ୨୦୧୧ରେ ୨୪ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ କ୍ୟାମେରାମ୍ୟାନ ପୁରସ୍କାର ପାଇଥିଲେ।

ଓଲିଉଡ ବ୍ୟତୀତ ସେ ‘ବେତାବ’, ‘ୱାଜୁଦ’, ‘ଆକାୟଲା’, ‘ତେଜାବ’ ଏବଂ ‘ଚାଲବାଜ’ ଭଳି ବଲିଉଡ ଫିଲ୍ମରେ କାମ କରିଛନ୍ତି। ଏହାଛଡା ସେ ନ୍ୟାସନାଲ୍ ଜିଓଗ୍ରାଫିକ୍ ସହ ମଧ୍ୟ କାମ କରିଛନ୍ତି।

ତେବେ ତାଙ୍କ ସାନଭାଇ ତଥା ଭେଟେରାନ ଓଡିଆ ଚଳଚ୍ଚିତ୍ର ସମ୍ପାଦକ ଦେବେନ ମିଶ୍ରଙ୍କର ଗତ ଅଗଷ୍ଟ ୧୫ରେ ଭୁବନେଶ୍ୱରରେ ଦେହାନ୍ତ ହୋଇଥିଲା।

 

Leave A Reply

Your email address will not be published.