Latest Odisha News

BREAKING NEWS

ଓଡ଼ିଶାରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ: ଆଇଏମଏ ଓଡିଶା ଚାପ୍ଟର

ଭୁବନେଶ୍ୱର: ଯେତେବେଳେ ଆକ୍ରାନ୍ତଙ୍କର କୌଣସି କଂଟାକ୍ଟ ଟ୍ରେସିଂ ହୋଇପାରେନି ସେତେବେଳେ ତାକୁ ଗୋଷ୍ଠୀ ସଂକ୍ରମଣ କୁହାଯାଏ । ଓଡିଶାରେ ସଙ୍ଗରୋଧ କେନ୍ଦ୍ରରେ ଯେଉଁ ସ୍ଥାନୀୟ ଆକ୍ରାନ୍ତ ବାହାରୁଛନ୍ତି, ସେମାନଙ୍କ କଂଟାକ୍ଟ ଟ୍ରେସିଂ କରାଯାଇପାରୁଛି । ତେଣୁ ଓଡିଶାରେ ବର୍ତ୍ତମାନ ସୁଦ୍ଧା ଗୋଷ୍ଠୀ ସଂକ୍ରମଣ ହୋଇଛି ବୋଲି କୁହାଯାଇ ପାରିବ ନାହିଁ । ଇଣ୍ଡିଆନ ମେଡିକାଲ ଆସୋସିଏସନ୍ ଓଡିଶା ଚାପ୍ଟରର ସମ୍ପାଦକ ଡାକ୍ତର ପ୍ରତ୍ୟୁଷ ରାୟ ଏଭଳି ପ୍ରତିକ୍ରିୟା ରଖିଛନ୍ତି ।

ଡାକ୍ତର ପ୍ରତ୍ୟୁଷ ରାୟଙ୍କ କହିବା କଥା ହେଉଛି, କରୋନାର ଗୋଷ୍ଠୀ ସଂକ୍ରମଣ ହୋଇଛି କି ନାହିଁ, ତାହା କେବଳ ଆଇସିଏମଆର କିମ୍ବା ସରକାରଙ୍କ ଅଧିକାର ପରିସରଭୁକ୍ତ । ଆଉ କେହି ବି ଏବିଷୟରେ କହିପାରିବେ ନାହିଁ । ଆଇଏମ୍‌ଏ ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇଛି ବୋଲି କହିନି । କେବଳ କେରଳର କେତେକ ସ୍ଥାନରେ ଗୋଷ୍ଠୀ ସଂକ୍ରମଣ ହୋଇଛି ବୋଲି ସେଠିକାର ସରକାର କହିଛନ୍ତି ।

Leave A Reply

Your email address will not be published.