ଯାଜପୁର: ଯାଜପୁର ଜିଲା ବିଂଝାରପୁର ଅଂଚଳରେ ପ୍ଲାଷ୍ଟିକ ଅଣ୍ଡା ଆତଙ୍କ । ଗତ କିଛି ଦିନ ଧରି ଏହି ଅଂଚଳରେ ପ୍ଳାଷ୍ଟିକ୍ ଅଣ୍ଡା କାରବାର ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ବିଂଝାରପୁର ଚିକଣା ପଇରଖ ଗାଁରୁ ଆସିଛି ଏମିତି ଅଭିଯୋଗ ।
ଗାଁର ଚନ୍ଦ୍ରଶେଖର ମହାପାତ୍ର ପାଖ ଦୋକାନରୁ ଅଣ୍ଡା କିଣି ଘରକୁ ଆଣିଥିଲେ । ଅଣ୍ଡା ସିଝାଇ ଖାଇବା ବେଳେ ଅଣ୍ଡାର କେସର ରଂଗ ହଳଦିଆ ବଦଳରେ ଧଳା ଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ସନ୍ଦେହ ପ୍ରକଟ କରି ଅଣ୍ଡା ଆଣିଥିବା ଦୋକାନିକୁ ଜଣାଇଥିଲେ । ଏପରିକି ଅଣ୍ଡା ଆମଲେଟକୁ ନିଆଁରେ ପୋଡିଲେ ନିଆଁ ଲାଗୁଥିବା ଦେଖିବାକୁ ମିଳିଛି ।
ଏହିପରି ଅଣ୍ଡା ମଧ୍ୟ ଅଂଗନବାଡି କେନ୍ଦ୍ର ଗୁଡିକରେ ଯୋଗାଣ ହେଉଥିବା ମଧ୍ୟ ଅଭିଯୋଗ ହୋଇଛି । ତେବେ ପ୍ଲାଷ୍ଟିକ ଅଣ୍ଡା ଅଭିଯୋଗକୁ ଖଣ୍ଡନ କରିଛନ୍ତି ହୋଲସେଲର । ଏହାର ଅଧିକ ତଦନ୍ତ କରିବାକୁ ସାଧାରଣରେ ଦାବୀ ହେଉଛି ।
Comments are closed.