Latest Odisha News

ସାମୁହିକ ସ୍ବଚ୍ଛତା ଦିବସ, ପ୍ଲାଷ୍ଟିକର ବ୍ୟବହାର ଉପରେ ରୋକ୍

ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ସାମୁହିକ ସ୍ବଚ୍ଛତା ଦିବସ ପାଳନ ।  ପ୍ଲାଷ୍ଟିକର ବ୍ୟବହାରକୁ ସମ୍ପୂର୍ଣ୍ଣ ବାରଣ କରିବା ନେଇ ପ୍ରଚାର ପ୍ରସାର କାର୍ଯ୍ୟକ୍ରମ  ଆରମ୍ଭ କରାଯାଇଛି । ଏହି ସ୍ବଚ୍ଛତା କାର୍ଯ୍ୟକ୍ରମ ମାସ ତମାମ ପାଳନ କରାଯାଇ ରାଲି ମାଧ୍ୟମରେ ଜନ ସଚେତନତା ପାଇଁ ଅଭିଯାନ ଜାରି ରହିବ ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି । “ମୋ ସ୍ବାଭିମାନ ସ୍ବଚ୍ଛ ଗଞ୍ଜାମ” ସ୍ଲୋଗାନ ଦେଇ ଗ୍ରାମ ପଞ୍ଚାୟତ ସ୍ତରଠାରୁ ଆରମ୍ଭ କରି ସହରାଞ୍ଚଳର ସମସ୍ତ ସ୍ଥାନରେ ଶନିବାର ସାମୁହିକ ଶପଥ ପାଠ କରାଯାଇଛି ।

ଅକ୍ଟୋବର ମାସର ପ୍ରତ୍ୟେକ ସୋମବାର ଦିନ ପ୍ଲାଷ୍ଟିକ ମୁକ୍ତ ଏବଂ ଜଳ ସ୍ବଚ୍ଛ ଦିବସ ପାଳନ  ହେବ । ଆଜିର ଏହି ପ୍ରଥମ ଦିବସରେ ଜିଲ୍ଲାର ସମସ୍ତ ପଦାଧିକାରୀ ଏବଂ ଜିଲ୍ଲାପାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ରାଲି ଏବଂ ଶପଥ ପାଠ କରାଇଥିଲେ  । ମୋ ସ୍ବାଭିମାନ ଓ ସ୍ବଚ୍ଛ ଗଞ୍ଜାମର ବହୁଳ ପ୍ରଚାର କରି ଜିଲ୍ଲାରୁ ଯେପରି ପ୍ଲାଷ୍ଟିକ୍ ମୁକ୍ତ ହେବ ସେ ଦିଗରେ ପ୍ରୟାସ ଜାରି ରହିବ ।

Leave A Reply

Your email address will not be published.