Latest Odisha News

BREAKING NEWS

ଏଲପିଜି ସିଲିଣ୍ଡର ଭର୍ତ୍ତି ଟ୍ରକରେ ଲାଗିଲା ନିଆଁ

ସୁନ୍ଦରଗଡ଼ ଏଲପିଜି ସିଲିଣ୍ଡର ଭର୍ତି ଟ୍ରକରେ ଲାଗିଲା ନିଆଁ । ସୂଚନା ଅନୁସାରେ ଟ୍ରକଟି ସମ୍ବଲପୁର-ରାଉରକେଲା ଏକ୍ସପ୍ରେସ ୱେରେ ଝାରସଗୁଡାରୁ ରାଉରକେଲା ଯାଉଥିଲା ବେଳେ ଏପରି ଅଘଟଣ ଘଟିଛି । ଗାଡି ଚାଳକ ରସରାଜପୁର ନିକଟରେ ଗାଡିର ଇଞ୍ଜିନରେ ଧୂଆଁ ବାହାରୁଥିବା ଦେଖିଥିଲେ।

ପରେ ପୁରା ଇଞ୍ଜିନରେ ନିଆଁ ଲାଗିଯିବାରୁ ଚାଳକ ଜଣକ ଭୟବୀତ ହୋଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିଲେ । ସୌଭାଗ୍ୟବସତଃ ଡ୍ରାଇଭର ଓ ହେଲପରଙ୍କ ଙ୍କ କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି ।

Leave A Reply

Your email address will not be published.