Latest Odisha News

BREAKING NEWS

ପ୍ଲାଷ୍ଟିକ ସର୍ଜରୀ ଯୋଗୁ ଅଭିନେତ୍ରୀଙ୍କ ଜୀବନ ଗଲା

ମୁମ୍ବାଇ: ଆରପାରିରେ ଆର୍ଜେଣ୍ଟିନାର ପୂର୍ବତନ ସୌନ୍ଦର୍ଯ୍ୟ ରାଣୀ ତଥା ଅଭିନେତ୍ରୀ ଜ୍ୟାକଲିନ କାରିଅରି । କସମେଟିକ ସର୍ଜରୀ ହେତୁ ୪୮ ବର୍ଷ ବୟସରେ କାଲିଫର୍ନିଆର ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଥିବା ଜଣାଯାଇଛି । ତାଙ୍କ ଦେହାନ୍ତରେ ଜ୍ୟାକଲିନଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ତାଙ୍କ ପ୍ରିୟଜନମାନେ ମଧ୍ୟ ଚକିତ ହୋଇଯାଇଛନ୍ତି । ଏହି ଖବର ପ୍ରଚାର ହେବା ପରେ ବଲିଉଡ଼ରେ ଶୋକର ଛାୟା ଖେଳିଯାଇଛି ।

BjdElectrycity

ଜ୍ୟାକଲିନ ମଡେଲିଂ ଏବଂ ଅଭିନୟ ଜଗତରେ ଏକ ପ୍ରସିଦ୍ଧ ଚେହେରା ଥିଲେ । କିନ୍ତୁ ସୁନ୍ଦର ଦେଖାଯିବା ପାଇଁ କସମେଟିକ୍ ସର୍ଜରୀ କରିଥିଲେ । କସମେଟିକ ସର୍ଜରୀ ପ୍ରକ୍ରିୟା ସମୟରେ ତାଙ୍କର ରକ୍ତ ଜମାଟ ବାନ୍ଧିଯାଇଥିଲା । ଫଳରେ ତାଙ୍କର କାଲିଫର୍ନିଆର ଏକ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ପାଖରେ ତାଙ୍କ ପିଲାମାନେ ଥିଲେ । ଆଜିକାଲି ଗ୍ଲାମରସ ଏବଂ ସୁନ୍ଦର ଦେଖାଯିବା ପାଇଁ ଅନେକ ବିଭିନ୍ନ ଉପାୟ ଆପଣାଇଥାନ୍ତି । ଖାସ୍‌କରି ଅଧିକାଂଶ ସେଲିବ୍ରିଟିମାନେ ପ୍ଲାଷ୍ଟିକ ସର୍ଜରୀ କରିଥାନ୍ତି । ଏଥିରେ କିଏ ସଫଳ ହୋଇଥାନ୍ତି ତ ଆଉ କାହାର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯାଇଥାଏ ।

Leave A Reply

Your email address will not be published.