Latest Odisha News

BREAKING NEWS

କଙ୍ଗନା ରାଣାୱତଙ୍କ ଟ୍ୱିଟର ଆକାଉଣ୍ଟ ସସ୍‌ପେଣ୍ଡ୍‌ କରାଯାଉ; ମୁମ୍ବାଇ ହାଇକୋର୍ଟ

ନୂଆଦିଲ୍ଲୀ: ମୁମ୍ବାଇର ହାଇକୋର୍ଟ ପକ୍ଷରୁ କଙ୍ଗନା ରାଣାୱତଙ୍କ ଟ୍ୱିଟର ଆକାଉଣ୍ଟକୁ ସସ୍‌ପେଣ୍ଡ୍‌ କରିବାକୁ ଦାବି କରାଯାଇଛି। ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି ଯେଉଁଥିରେ କୁହାଯାଇଛି ଯେ କଙ୍ଗନା ରାନାୱତ ତାଙ୍କ ଟ୍ୱିଟର ଆକାଉଣ୍ଟ ଜରିଆରେ ସାରା ଦେଶରେ ଘୃଣା ଏବଂ ଅସନ୍ତୋଷ ବିସ୍ତାର କରୁଛନ୍ତି। ସେ ନିଜର ଟ୍ୱିଟ୍ ମାଧ୍ୟମରେ ଦେଶକୁ ବିଭାଜିତ କରିବାକୁ ଚେଷ୍ଟା କରୁଛନ୍ତି। ଏହିପରି, ତାଙ୍କ ଟ୍ୱିଟର ଆକାଉଣ୍ଟକୁ ସସ୍‌ପେଣ୍ଡ୍‌ ରଖିବା ପାଇଁ କୋର୍ଟ ପକ୍ଷରୁ ଦାବି କରାଯାଇଛି।

ଏହି ସମଗ୍ର ପ୍ରସଙ୍ଗରେ କଙ୍ଗନା ରାଣାୱତଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। କଙ୍ଗନା ରାଣାୱତ ଏହି ଖବର ଉପରେ ପ୍ରତିକ୍ରିୟା ପ୍ରକାଶ କରି ଟ୍ୱିଟ୍ କରି ଲେଖିଛନ୍ତି, ‘ହା ହା ମୁଁ କ୍ରମାଗତ ଭାବେ ଅବିଭକ୍ତ ଭାରତ ପାଇଁ ଛିଡା ହୋଇଛି, ପ୍ରତିଦିନ କୌଣସି ନା କୌଣସି ଦଳ ସହିତ ଏଥିପାଇଁ ଲଢେଇ କରୁଛି ଏବଂ ଏହାପରେ ଦେଶ ବିଭାଜନ କରିଥିବା ଅଭିଯୋଗ ମୋ ଉପରେ ହୋଇଛି। ଏହାପରେ ସେ ଆହୁରି କହିଛନ୍ତି ଟ୍ୱିଟର ମୋ ପାଇଁ ଏକମାତ୍ର ପ୍ଲାଟଫର୍ମ ନୁହେଁ, ଗୋଟିଏ ଚୁଟ୍‌କୀରେ ହଜାର ହଜାର କ୍ୟାମେରା ମୋ ବୟାନ ନେବାକୁ ‌ମୋ ସାମ୍‌ନାକୁ ଆସିଯିବେ।

Comments are closed.