Latest Odisha News

BREAKING NEWS

+୨ ତୃତୀୟ ପର୍ଯ୍ୟାୟ ନାମଲେଖା, ଆଜିଠୁ ଅଫଲାଇନ୍ ଆବେଦନ

ଭୁବନେଶ୍ୱର: ଯୁକ୍ତ ଦୁଇରେ ଖାଲିଥିବା ସିଟ୍‌ ପାଇଁ ତୃତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଆଜିଠୁ ଆରମ୍ଭ ହେଉଛି । କଳା, ବାଣିଜ୍ୟ, ବିଜ୍ଞାନ, ଧନ୍ଦାମୂଳକ ଶିକ୍ଷା ଓ ସଂସ୍କୃତ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଥିବା ଆଶାୟୀ ଛାତ୍ରଛାତ୍ରୀ ଏଥିପାଇଁ ଅନଲାଇନରେ ଆବେଦନ କରିପାରିବେ ।

ଆଜି ସକାଳ ସାଢ଼େ ୧୧ଟାରୁ ୨୨ ତାରିଖ ରାତି ୧୧ଟା ୫୫ ଯାଏ ଆବେଦନ କରିପାରିବେ । ୨୪ ତାରିଖ ଅପରାହ୍ନ ୩ଟାରେ ମେଧା ତାଲିକା ସହ ଅପେକ୍ଷା(ୱେଟିଂ) ଲିଷ୍ଟ ପ୍ରକାଶ ପାଇବ । ୨୫ ତାରିଖ ପୂର୍ବାହ୍ନ ୧୦ଟାରୁ ୨୬ ତାରିଖ ଅପରାହ୍ନ ୪ଟା ମଧ୍ୟରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖାଇ ପାରିବେ ।

୨୭ ତାରିଖରେ ଅପେକ୍ଷାରତ ଛାତ୍ରଛାତ୍ରୀଙ୍କର ମେଧା ତାଲିକା ପ୍ରକାଶ ପାଇବା ସହ ୨୭ରୁ ୨୯ ତାରିଖ ପର୍ୟ୍ୟନ୍ତ ଶିକ୍ଷାନୁଷ୍ଠାନରେ ନାମଲେଖା ହେବ । ୩୦ ତାରିଖ ସୁଦ୍ଧା ଶିକ୍ଷାନୁଷ୍ଠାନଗୁଡ଼ିକ ନାମଲେଖା ସମ୍ବନ୍ଧୀୟ ଚୂଡ଼ାନ୍ତ ତଥ୍ୟ ଇ-ସ୍ପେସ୍‌ରେ ଦାଖଲ କରିବେ ।

Leave A Reply

Your email address will not be published.