Latest Odisha News

ଯୁକ୍ତ ୨ ନାମଲେଖା ପାଇଁ ୧୮ ତାରିଖରୁ ଅନଲାଇନ୍ ଆବେଦନ

ଭୁବନେଶ୍ୱର: ୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ଯୁକ୍ତ ୨ ନାମଲେଖା ଆରମ୍ଭ ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜୁଲାଇ ୧୮ ତାରିଖ ଦିନ ୧୧ଟାରୁ ସାମ୍ସ ୱେବସାଇଟ୍ www.samsodisha.gov.in ରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ୨୭ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ଅନଲାଇନ୍ ଆବେଦନ କରିହେବ । ଜୁଲାଇ ୧୮ରୁ ୨୮ ତାରିଖ ମଧ୍ୟରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ଯାଞ୍ଚ କରାଯିବ । ୨୧ ତାରିଖରୁ ୩୦ ତାରିଖ ମଧ୍ୟରେ ଜିଲ୍ଲା ସ୍ତରରେ ଡକ୍ୟୁମେଣ୍ଟ ଭେରିଫିକେସନ୍ କରାଯିବ ।

Odisha +2 (intermediate) admission process to begin on July 20.

DHSE ପକ୍ଷରୁ ଆବେଦନକୁ ତର୍ଜମା କରି ଅଗଷ୍ଟ ୧ରୁ ୬ ତାରିଖ ମଧ୍ୟରେ ଅନୁମୋଦନ କରାଯିବ । ଅଗଷ୍ଟ ୮ରୁ ୧୨ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ନାମ ଲେଖାଇ ପାରିବେ । ଅନ୍ୟପଟେ ଜୁଲାଇ ୨୦ରୁ ଏକାଦଶ ଶ୍ରେଣୀରେ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ । ଜୁଲାଇ ୨୦ରୁ ଅଗଷ୍ଟ ୧୦ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । CBSE/ICSE ରେଜଲ୍ଟ ବାହାରି ନଥିବାରୁ ଅବଧି ବଢ଼ିପାରେ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

Comments are closed.