Latest Odisha News

BREAKING NEWS

ସୋମବାର ଠାରୁ ସଂସଦ ମୌସୁମୀ ଅଧିବେଶନ; ଲୋକସଭା ବାଚସ୍ପତି ଓମ ବିର୍ଲା କଲେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ସୋମବାର ୧୮ ତାରିଖ ଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଆଜି ସଂସଦ ସଚ୍ଚିବାଳୟରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ସଂସଦର ଗୁରୁତ୍ୱପୂର୍ଣ୍ଣ ସମୟକୁ ସଠିକ୍ ଭାବେ ଉପଯୋଗ କରିବାକୁ ସମସ୍ତ ଦଳର ପ୍ରତିନିଧି ମାନଙ୍କୁ ବାଚସ୍ପତି ପରାମର୍ଶ ଦେଇଛନ୍ତି ।

ସାଂପ୍ରତିକ ସମୟର ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ସଂସଦରେ ଉପସ୍ଥାପନ କରିବାକୁ ପରାମର୍ଶରେ ପ୍ରାଧାନ୍ୟ ଦେଇଛନ୍ତି ବାଚସ୍ପତି । ସୋମବାର ଜୁଲାଇ ୧୮ରୁ ଆରମ୍ଭ ହେବାକୁ ଥିବା ମୌସୁମୀ ଅଧିବେଶନ ଅଗଷ୍ଟ ୧୨ରେ ଶେଷ ହେବ । ଏହି ବୈଠକରେ ବିରୋଧୀ ଦଳ ନେତାଙ୍କ ସହ ସମସ୍ତ ଦଳର ନେତା ଗଣ ଉପସ୍ଥିତ ରହିଥିଲେ ।

ସେପଟେ ଏହି ଦିନ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପାଇଁ ନିର୍ବାଚନ ହେବ । ସଂସଦ ଭବନ ଏବଂ ସମସ୍ତ ରାଜ୍ୟ ଓ ଦିଲ୍ଲୀ ବିଧାନସଭାରେ ଭୋଟିଂ ହେବ ବୋଲି ଜାତୀୟ ନିର୍ବାଚନ କମିଶନ ସୂଚାଇଛନ୍ତି ।

Leave A Reply

Your email address will not be published.