ଭୁବନେଶ୍ଵର: ଆଜିଠୁ ଯୁକ୍ତ ୨ ବୋର୍ଡ ପରୀକ୍ଷା। ମୋଟ ୧୨୭୬ କେନ୍ଦ୍ରରେ ପରୀକ୍ଷା ଦେବେ ୩ ଲକ୍ଷ ୯୩ ହଜାର ୬୧୮ ପରୀକ୍ଷାର୍ଥୀ। କଳାରେ ୨,୪୭,୩୯୧ , ବିଜ୍ଞାନରେ ୧,୧୪,୯୮୦, ବାଣିଜ୍ୟରେ ୨୫,୫୨୬ ଏବଂ ଧନ୍ଦାମୂଳକ ବିଷୟରେ ୫୭୨୧ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏଥିପାଇଁ ୨୦୫ ହବ୍ରେ ମହଜୁଦ ରହିଛି ପ୍ରଶ୍ନପତ୍ର। ମାର୍ଚ୍ଚ ୨୭ ତାରିଖ ଯାଏ ପରୀକ୍ଷା ଚାଲିବ । ପ୍ରଥମ ଦିନରେ ବିଜ୍ଞାନ ବିଭାଗ (ଷ୍ଟ୍ରିମ୍)ର ମାତୃଭାଷା ଓଡ଼ିଆ ପରୀକ୍ଷା ହେବ।
ସୂଚନାନୁଯାୟୀ, ସକାଳ ସାଢେ ୮ଟାରେ ହବ୍ରୁ ପ୍ରଶ୍ନପତ୍ର ବାହାରି ସେଣ୍ଟରରେ ପହଞ୍ଚିବ। ସାଢେ ୯ଟା ସୁଦ୍ଧା ଛାତ୍ରଛାତ୍ରୀ ସେଣ୍ଟରରେ ପହଞ୍ଚିବେ। ସକାଳ ୧୦ଟାରୁ ୧ଟା ଯାଏଁ ପରୀକ୍ଷା ହେବ। ପ୍ରଥମ ଦିନ ବିଜ୍ଞାନ ବିଭାଗ ବିଭାଗ ଛାତ୍ରଛାତ୍ରୀ ସାହିତ୍ୟ ପରୀକ୍ଷା ଦେବେ। ହିଟ୍ ୱେଭ୍ ପାଇଁ ସାଙ୍ଗରେ ପାଣି ନେଇଯାଇ ପାରିବେ। ହେଲେ ପରୀକ୍ଷା ହଲ୍ ଭିତରକୁ ନେଇ ପାରିବେ ନାହିଁ। ସମ୍ପୂର୍ଣ୍ଣ ସ୍କ୍ରିନିଂ ପରେ ପିଲାଙ୍କୁ ପରୀକ୍ଷା ହଲ୍କୁ ଛଡାଯିବ।
୯ଟା ୫୦ରେ ଉତ୍ତର ଖାତା ପାଇବେ। ୯ଟା ୫୫ରେ ପ୍ରଶ୍ନପତ୍ର ଦିଆଯିବ। ୩୨ ପେଜ୍ର ଉତ୍ତର ଖାତା ଚେକ୍ କରି ସାରିବା ପରେ ୧୦ଟାରୁ ଉତ୍ତର ଲେଖିବା ଆରମ୍ଭ କରିବେ। ସିସିଟିଭି କ୍ୟାମେରାରେ ପଞ୍ଚ ସ୍ତରୀୟ ସ୍କ୍ଵାର୍ଡ ବ୍ୟବସ୍ଥାରେ ସ୍ଵଚ୍ଛତାର ସହ ପରୀକ୍ଷା କରାଯିବ। ଏଥିପାଇଁ ସିଏଚ୍ଏସଇ ପକ୍ଷରୁ ପ୍ରସ୍ତୁତି କରାଯାଇଛି। ପ୍ରଶ୍ନପତ୍ର ଭାଇରାଲ୍ ଭଳି ଗୁଜବ ଉପରେ ବିଶ୍ୱାସ ନକରିବାକୁ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି।
ପ୍ରଶ୍ନପତ୍ର ଲିକ୍ ରୋକିବାକୁ ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି ।କପି ରୋକିବା ପାଇଁ ଜିଲ୍ଲାସ୍ତରୀୟ ସ୍କ୍ୱାଡ୍ ଡିପୋ କରାଯାଇଛି। ରାଜ୍ୟରେ ମୋଟ୍ ୩୫ଟି ସ୍କ୍ୱାଡ ଡିପୋ ହୋଇଛି । ଗୋଟିଏ ସ୍କ୍ୱାଡରେ ୩ଜଣ ସଦସ୍ୟ ଅଛନ୍ତି ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ କୁମାର ପରିଡ଼ା କହିଛନ୍ତି ।
Comments are closed.