Latest Odisha News

BREAKING NEWS

ଆଜି ବାହାରିବ +୨ ବାଣିଜ୍ୟ ଫଳ

ଭୁବନେଶ୍ୱର: ଆଜି ବାହାରିବ ଯୁକ୍ତ ୨ ବାଣିଜ୍ୟ ଫଳ । ଆଜି ଦିନ ୧୧ ଟା ୩୦ ରେ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସଇ)ର ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିବା ନେଇ ସୂଚନା ରହିଛି ।

BjdElectrycity

ଛାତ୍ରଛାତ୍ରୀମାନେ www.orissaresults.nic.inରୁ ନିଜର ପରୀକ୍ଷାଫଳ ଦେଖିପାରିବେ ।
ଛାତ୍ରଛାତ୍ରୀମାନେ ଅନଲାଇନରେ କିମ୍ବା ନିଜ ଏଚ୍‌ଏସ୍‌ଏସ୍‌ରୁ ପରୀକ୍ଷା ଫଳ ସଂଗ୍ରହ କରିପାରିବେ । କୌଣସି ସମସ୍ୟା ଦେଖା ଦେଲେ ସମାଧାନ ପାଇଁ ପରିଷଦ ପକ୍ଷରୁ ହେଲ୍ପଲାଇନ୍‌ ନମ୍ବର ଜାରି କରାଯାଇଛି ।

ହେଲ୍ପ ଲାଇନ ନମ୍ବର: ୦୬୭୪-୨୩୦୦୯୧୪, ୨୩୦୦୯୦୭
ଏହି ନମ୍ବରକୁ କଲ୍‌ କରି କୌଣସି ଅସୁବିଧା ଥିଲେ ଛାତ୍ରଛାତ୍ରୀ ବୁଝିପାରିବେ ବୋଲି ପରିଷଦର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ସୂଚନା ଦେଇଛନ୍ତି ।

ଚଳିତ ବର୍ଷ ପାଖାପାଖି ୨୫ହଜାର ଛାତ୍ରଛାତ୍ରୀ ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଦେଇଛନ୍ତି ।

Leave A Reply

Your email address will not be published.