Latest Odisha News

BREAKING NEWS

ଅସହ୍ୟ ତେଲୁଗୁ ମାଓନେତାଙ୍କ ନିର୍ଯାତନା, ୩ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ସ୍ୱାଧିନତା ଦିବସ ପୂର୍ବରୁ ଆତ୍ମସମର୍ପଣ କଲେ ୩ଜଣ ହାର୍ଡକୋର୍ ମାଓବାଦୀ । ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କ ବିରୋଧରେ ପୂର୍ବରୁ ରହିଛି ଏକାଧିକ ସଙ୍ଗୀନ ଅଭିଯୋଗ । ମାଓବାଦୀମାନେ ମାଲକାନଗିରି ସୀମାନ୍ତ ଛତିଶଗଡର ଦନ୍ତେଓଦ୍ୱାଡା ଜିଲ୍ଲା ଏସ୍‌ପି ଅଭିଷେକ ପଲ୍ଲଭ ଓ ସିଆରପିଏଫ୍ ଆଇଜି କମଲ ସିଂଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡିଛି ।

ମିଳିଥିବା ରିପୋର୍ଟ ଅନୁଯାୟୀ କେନ୍ଦ୍ରୀୟ ମାଓ ସଙ୍ଗଠନର ସବ୍‌-ଇନ୍‌ଚାର୍ଜ ରାଜୁ ଓରଫ୍ ରୋଶନ ତାତି, ସ୍ୱତନ୍ତ୍ର ଦଣ୍ଡକାରଣ୍ୟ ଜୋନାଲ୍ ମାଓ କମିଟିର ସଦସ୍ୟ ସୁକୁଲ୍ଲୁ ଆଲାମୀ ଓ କୁମ୍ମା ବାର୍ସେ ତେଲୁଗୁ ମାଓନେତାଙ୍କ ନିର୍ଯାତନାକୁ ସହିପାରିନଥିଲେ । ଅତ୍ୟାଚାରରେ ଅତିଷ୍ଠ ହୋଇ ୩ ହାର୍ଡକୋର ମାଓବାଦୀ ସମାଜର ମୁଖ୍ୟସ୍ରୋତକୁ ଫେରିଛନ୍ତି । ୩ଜଣଙ୍କ ମଧ୍ୟରୁ ଜଣେ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ରହିଛି ।

ପୂର୍ବରୁ ଅନେକ ହିଂସାକାଣ୍ଡରେ ସାମିଲ ଥିବା ରାଜୁଙ୍କ ଉପରେ ସରକାର ୮ ଲକ୍ଷ ଟଙ୍କାର ଅର୍ଥରାଶି ଘୋଷଣା ହୋଇଥିଲା । ସେହିଭଳି ଅନ୍ୟ ଦୁଇଜଣ ମାଓବାଦୀଙ୍କ ଉପରେ ସରକାର ୫ ଲକ୍ଷ ଲେଖାଏଁ ଟଙ୍କା ଘୋଷଣା ହୋଇଥିଲା । ତେବେ ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ସରକାର ସମସ୍ତ ସୁବିଧା ସୁଯୋଗ ଦିଆଯିବ ବୋଲି ଦନ୍ତେୱାଡା ଏସ୍‌ପି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.