Latest Odisha News

BREAKING NEWS

ଜୁନ୍ ୧୭-୧୮ରେ ପ୍ରକାଶ ପାଇବ +୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର : ଆସନ୍ତା ଜୁନ୍ ୧୭-୧୮ ତାରିଖ ମଧ୍ୟରେ ଯୁକ୍ତ ୨ କଳା ଓ ବାଣିଜ୍ୟ ବିଷୟର ରେଜଲ୍ଟ ପ୍ରକାଶ ପାଇବ ବୋଲି ବୁଧବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ପ୍ରଦାନ କରିଛନ୍ତି ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ଏହି ପରୀକ୍ଷା ପରିଚାଳିତ ହେଉଥିବା ବେଳେ ଗତ ଜୁନ୍ ୩ ତାରିଖରେ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଥିଲା ।

ଗତବର୍ଷ ମେ’ ୨୯ ତାରିଖରେ ଯୁକ୍ତ ୨ ବିଜ୍ଞାନ ଓ ଜୁନ୍ ୯ ତାରିଖରେ କଳା ଏବଂ ବାଣିଜ୍ୟ ପରୀକ୍ଷା ଫଳାଫଳ ପ୍ରକାଶ ପାଇଥିଲା ।

Leave A Reply

Your email address will not be published.